ବାଲେଶ୍ୱର : ମାଛ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ବାଇକ୍ ଓ ଟଙ୍କା
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ବଢିଚାଲିଛି ଅପରାଧ ଘଟଣା । ଧଳାଜହର ଠାରୁ ଆରମ୍ଭ କରି ଲୁଟ, ଛିନତାଇ, ହତ୍ୟା ଭଳି ଘଟଣା ଘଟିଚାଲିଛି । ଏହି ପରିପ୍ରେକ୍ଷୀରେ ସୋର ଥାନା ଆରୁହାବାଡ ନିକଟରେ ମାଛ ବ୍ୟବସାୟୀଙ୍କୁ ଆକ୍ରମଣ କରି ବାଇକ୍ ଓ ଟଙ୍କା ଲୁଟି ନେଲେ ଲୁଟେରା ।
ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଗିଲିଗଢିଆ ସାହିର ଉପେନ୍ଦ୍ର ମଳିକ ପଢୁଆଁ ଅଞ୍ଚଳରୁ ମାଛ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ଆରୁହାବାଡ ଡିଫେନ୍ସ ପୋଲ ନିକଟରେ ୨ ଜଣ ଲୁଟେରା ଏକ ବାଇକରେ ଆସି ଉପେନ୍ଦ୍ରଙ୍କୁ ପଛରୁ ଆକ୍ରମଣ କରିଥିଲେ । ଫଳରେ ଉପେନ୍ଦ୍ର ତଳେ ପଡିଯାଇଥିଲେ । ଲୁଟେରାମାନେ ଉପେନ୍ଦ୍ରକୁ ଆକ୍ରମଣ କରି ତାଙ୍କ ନିକଟରେ ଥିବା ଟଙ୍କା ଓ ବାଇକ୍ ନେଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉପେନ୍ଦ୍ର ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉପେନ୍ଦ୍ରକୁ ଉଦ୍ଧାର ଲାରି ୧୦୮ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ପରେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାର ଜଣାପଡିଛି ।
