ଟି-୨୦ ବିଶ୍ୱକପ୍: ଶ୍ରୀଲଙ୍କାକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ
ସାର୍ଜା : ଟି-୨୦ ବିଶ୍ୱକପ୍ର ସୁପର-୧୨ ଗ୍ରୁପ୍-୧ ମ୍ୟାଚ୍ରେ ରବିବାର ଶ୍ରୀଲଙ୍କା ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ବାଂଲାଦେଶ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୭୧ ରନ୍ କରିଛି। ବାଂଲାଦେଶର ଏହି ସ୍କୋର୍ରେ ମହମ୍ମଦ ନଇମ୍ ଓ ମୁଶଫିକର ରହିମ୍ଙ୍କ ଅର୍ଦ୍ଧଶତକ ସାମିଲ ରହିଛି। ବାଂଲାଦେଶ ପକ୍ଷରୁ ଶ୍ରୀଲଙ୍କାକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ବାଂଲାଦେଶ ପକ୍ଷରୁ ଓପନର ମହମ୍ମଦ ନଇମ୍ ଏବଂ ମୁସ୍ତଫିଜୁର ରେହମାନଙ୍କ ଦମଦାର ଅର୍ଦ୍ଧଶତକ ବଳ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି ବାଂଲାଦେଶ । ମହମ୍ମଦ ନଇମ୍ ୬୨ ରନ କରି ଆଉଟ ହୋଇଥିବା ବେଳେ, ଲିଟନ୍ ଦାସ ୧୬, ସାକିବଲ ହାସନ ୧୦, ଅଫିଫ୍ ହୁସେନ ୭ ରନ କରି ଆଉଟ ହୋଇଛନ୍ତି । ମୁସ୍ତଫିଜର ରେହମାନ ୫୭ ଏବଂ ମହମ୍ମଦଉଲ୍ଲା ୧୦ ରନକରି ଅପରାଜିତ ଅଛନ୍ତି । ଶ୍ରୀଲଙ୍କା ପକ୍ଷରୁ ୭ ଜଣ ବୋଲରଂ ବୋଲିଂ ଭାର ସମ୍ଭାଳିଥିଲେ । ଚାମିରା କରୁଣାରତ୍ନେ ୩ ଓଭରରେ ୧୨ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ବିନୁରା ଫର୍ଣ୍ଣାଣ୍ଡୋ ୩ ଓଭରରେ ୨୭ ରନ ୧ ଓ୍ବିକେଟ, ଦୁଷ୍ମନ୍ତ ଚାମିରା ୪ ଓଭରରେ ୪୧ ରନ, ଲାହିରୁ କୁମାରା ୪ ଓଭରରେ ୨୯ ରନ ଓ୍ବିକେଟ, ଚରିଥ୍ ଆଶାଲଙ୍କା ୧ ଓଭରରେ ୧୪ ରନ, ଓ୍ବାନିନ୍ଦ ହାସାରଙ୍ଗା ୩ ଓଭରରେ ୨୯ ରନ ଏବଂ ଦାସୁନ୍ ସାନାକା ୨ ଓଭରରେ ୧୪ ରନ ଦେଇଛନ୍ତି ।
