ବଲୁଚିସ୍ତାନରେ ଇସଲାମିକ ଷ୍ଟେଟ୍ର ୯ ଆତଙ୍କବାଦୀ ମୃତ
ଇସ୍ଲାମାବାଦ : ପାକିସ୍ତାନର ବଲୁଚିସ୍ତାନ ସୀମାରେ ଚଢାଉ ସମୟରେ ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍(ଆଇଏସ୍)ର ନଅ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ପୋଲିସ୍ ଅଧିକାରୀ ମହମୁଦ ଅଲ୍ଲୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୋଲିସ୍ ଏବଂ କାଉଂଟର ଟେରେରିଜମ୍ ଡିପାର୍ଟମେଂଟ(ସିଟିଡି)କୁ ସୂଚନା ମିଳିଥିଲା ଯେ ରୋଶୀ ଅଂଚଳର ମସ୍ତଙ୍ଗ ଜିଲ୍ଲାରେ ଆତଙ୍କବାଦୀ ଲୁଚିଥିଲେ । ଅଭିଯାନ ଚଳାଇ ଆତଙ୍କବାଦୀଙ୍କୁ ମାରିଦିଆ ଯାଇଛି ।
ସିଟିଡିର ଘେରାବନ୍ଦୀ ପରେ ଆତଙ୍କବାଦୀମାନେ ଫାୟାରିଂ କରି ଫେରାର୍ ହେବାର ଉଦ୍ୟମ କରିଥିଲେ । ପୋଲିସ୍ର ପାଲଟା ଜବାବ୍ ରେ ନଅ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ସିଟିଡି ଅନୁଯାୟୀ ମୃତ ଆତଙ୍କବାଦୀ ବଲୁଚିସ୍ତାନରେ ନିକଟରେ କେତେକ ଆତଙ୍କି ଗତିବିଧିରେ ସାମିଲ୍ ଥିଲା । ଏହି ଅଭିଯାନ ସମୟରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ହ୍ୟାଣ୍ଡଗ୍ରେନେଡ ଏବଂ ରାଇଫଲ ଜବତ ହୋଇଛି ।
