ପୁଂଛରେ ସଂଘର୍ଷ ସମୟରେ ଜଣେ ଯବାନ ଆହତ
ପୁଂଛ : ପୁଂଛ ଜିଲ୍ଲାରେ ଭାଟାଧୁଡ଼ିୟାର ଜଙ୍ଗଲରେ ପୁଣିଥରେ ଆରମ୍ଭ ହୋଇ ସଂଘର୍ଷରେ ସୈନର ଜଣେ ଯବାନ ଆହତ ହୋଇଛି । ଆହତ ଯବାନକୁ ଘଟଣା ସ୍ଥଳରୁ ବାହାରକରି ହସ୍ପିଟାଲ ପହଂଚଯାଇଛି, ଯେଉଁଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସମ୍ବାଦ ଲେଖାହେବା ପର୍ଯ୍ୟନ୍ତ ଦୁଇ ପକ୍ଷରୁ ଗୁଳି ବିନିମୟ ଜାରି ଥିଲା । ଜଙ୍ଗଲରେ ଲୁଚିଥିବା ଆତଙ୍କବାଦୀଙ୍କ ତଲାସରେ ୧୧ଦିନ ଠାରୁ ସେନା ଦ୍ୱାରା ଅଭିଯାନ ଜାରି ଅଛି । ଏହି ଅଭିଯାନରେ ସେନାର ତିନିହଜାରରୁ ଅଧିକ ଯବାନ ସାମିଲ୍ ଅଛନ୍ତି । ଜଙ୍ଗଲର ବାହାର ଅଂଚଳକୁ ଘେରି ଯବାନ ଭିତରେ ଦାଖଲ ହୋଇ ଆଗକୁ ବଢ଼ିବେ ।
