ଛେଳି ଖାଇବାକୁ ଆସି ଯନ୍ତାରେ ପଡିଲା ନରହନ୍ତା ବାଘ
ନବରଙ୍ଗପୁର : ବନ ବିଭାଗର ଉଦ୍ୟମ ସଫଳ। ଧରା ପଡିଲା ନରହନ୍ତା ଚିତା ବାଘ। ଜଣକ ପରେ ଜଣଙ୍କୁ ତଥା ମୋଟ ୩ ଜଣ ଲୋକଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ ଧରିବାରେ ଶେଷରେ ସଫଳ ହୋଇଛି ଛତିଶଗଡ ରାଜ୍ୟର ସିହାଞ୍ଚା ବନ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ୍ ମର୍କାମ ନିଜ ପରିବାର ଲୋକଙ୍କ ସହ ସିହାଞ୍ଚା ସ୍ଥିତ ଶୃଙ୍ଗି ରୁଷି ପାହାଡ଼ ସ୍ଥିତ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲାଇବା ସମୟରେ ଅଚାନକ ଏକ ଚିତାବାଘ ଆକ୍ରମଣ କରିଥିଲା । ଯେଉଁ ଥିରେ ୬ ବର୍ଷର ବାଳକ ଅମିତ୍ ମର୍କାମଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ଫଳରେ ବନ ବିଭାଗ ୪ଟି ବିଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା। ତେବେ ଗତକାଲି ରାତି ପ୍ରାୟ ୩ଟା ସମୟରେ ବାଘଟି କାଳୀ ଗୁମ୍ଫା ନିକଟରେ ବସା ଯାଇଥିବା ଯନ୍ତାରେ ଥିବା ଛେଳିକୁ ଖାଇବାକୁ ଆସି ଫସି ଯାଇଥିଲା। ସେଠାରେ ଛକି ରହିଥିବା ବନ କର୍ମଚାରୀ ମାନେ ଶେଷରେ ପିଞ୍ଜରାକୁ ବନ୍ଦ କରି ବାଘ ଟିକୁ କାବୁ କରିବାରେ ସଫଳ ହୋଇଛନ୍ତି।
ସୂଚନା ଯେ, ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ ମର୍କାମ ନିଜ ପରିବାର ଲୋକଙ୍କ ସହ ସିହାଞ୍ଜାସ୍ଥିତ ଶୃଙ୍ଗି ରୁଷି ପାହାଡ଼କୁ ଯାଇଥିଲେ। ସେଠାରେ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ସମୟରେ ସେମାନଙ୍କୁ ଅଚାନକ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା, ଯେଉଁଥିରେ ୬ ବର୍ଷର ବାଳକ ଅମିତ ମର୍କାମଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ବନ ବିଭାଗ ୪ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା। ତେବେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ବାଘଟି କାଳୀ ଗୁମ୍ଫା ନିକଟରେ ବସା ଯାଇଥିବା ଯନ୍ତାରେ ଥିବା ଛେଳିକୁ ଖାଇବାକୁ ଆସି ଫସି ଯାଇଥିଲା। ସେଠାରେ ଛକି ରହିଥିବା ବନ କର୍ମଚାରୀମାନେ ଶେଷରେ ବାଘଟିକୁ କାବୁ କରିବାରେ ସଫଳ ହୋଇଛନ୍ତି।
