୩୧ରେ ବାଲେଶ୍ୱର ଜିଲା ଭଲିବଲ ପ୍ରତିଯୋଗୀତା
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ଆସନ୍ତା ୩୧ ତାରିଖରେ ମିଶନ ହାଇସ୍କୁଲ ପଡ଼ିଆ ଠାରେ ଜିଲା ପୁରୁଷ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଜିଲାର ଆଗ୍ରହୀ ଭଲିବଲ ଦଳ ସେମାନଙ୍କର ନିର୍ଦ୍ଦିଷ୍ଟ ଫର୍ମରେ ଆସନ୍ତା ୨୮ ତାରିଖ ସୁଦ୍ଧା ଜିଲା କ୍ରୀଡ଼ା ସଂଘ ଅଫିସରେ ଦାଖଲ କରିବାକୁ କ୍ରୀଡାସଂଘ ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି ।
ଏ ସମ୍ପର୍କରେ ସବିଶେଷ ତଥ୍ୟ ଜଣିବା ପାଇଁ ଆସୋସିଏସନର ୟୁଗ୍ମ ସମ୍ପାଦକ (ଭଲିବଲ) ଜଗଦୀଶ ବେହେରାଙ୍କର ମୋବାଇଲ (ନଂ. ୭୩୮୧୯୫୧୦୧୫) ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏଣୁ ଜିଲାର ଆଗ୍ରହୀ ସମସ୍ତ ଭଲିବଲ ଟିମ ମାନଙ୍କୁ ଜଣାଇ ଦିଆଯାଉଛି କି, ସେମାନେ ଆସନ୍ତା ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନ ୯ ଟାରୁ ୧୦ଟା ମଧ୍ୟରେ ମିଶନ ହାଇସ୍କୁଲ ପଡ଼ିଆରେ ଉପସ୍ଥିତ ରହି ଟିମ୍ ରେଜିଷ୍ଟେସନ କରାଇବେ । ଏହି ପ୍ରତିଯୋଗୀତା ୩୧ ତାରିଖ ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହେବ । ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଖେଳାଳୀମାନଙ୍କ ମଧ୍ୟରୁ ଜିଲା ସିନିୟର ଭଲିବଲ ଟିମ୍ ପାଇଁ ଖେଳାଳୀ ମନୋନୀତ କରାଯାଇ ଆସନ୍ତା ନଭେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଫୁଲବାଣୀ ଜିଲାରେ ଅନୁଷ୍ଟିତ ହେବାକୁ ଥିବା ଆନ୍ତଃ ଜିଲା ସିନିୟର ଭଲିବଲ ପ୍ରତିଯୋଗୀତାରେ ବାଲେଶ୍ୱର ଜିଲା ତରଫରୁ ପ୍ରତିନିଧିତ୍ୱ କରିବେ ।
