ଗାଁ ଗାଁ ବୁଲି ଚୋରି କରୁଥିଲେ ପାଣି ମଟର, ୪ ଗିରଫ
ଭୁବନେଶ୍ୱର : ବାଲିପାଟଣା ପୋଲିସ୍ କବ୍ଜାରେ ପାଣି ମଟର ଚୋରି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ଟି ପାଣି ମଟର ଜବତ ହୋଇଛି । ଗିରଫ ଚୋର ମାନେ ହେଲେ ଅଠାନ୍ତର ଗ୍ରାମର ସୁବାସ ଭୋଇ, କାଳନ୍ଦୀ ଭୋଇ , କାହ୍ନୁ ଚରଣ ଭୋଇ ଏବଂ ଧାନହରା ଗ୍ରାମର ବାବାଜି ମଲ୍ଲୀକ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଏମାନେ ବିଭିନ୍ନ ଗାଁରୁ ପାଣି ମଟର ଚୋରି କରି କରୁଥିଲେ । ଏହାପରେ ସମସ୍ତ ପାଣି ମଟରକୁ କମ୍ ଦାମ୍ରେ ବିକ୍ରି କରୁଥିଲେ । ଏନେଇ ଥାନାର ଏକାଧିକ ଅଭିଯୋଗ ଆସିବା ପରେ ବାଲିପାଟଣା ଥାନା ଅଧିକାରୀ ଏକ ଟିମ୍ ଗଠନ କରିଥିଲେ ।ଶେଷରେ ଏହି ଚୋର ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।
