ଆଜି ବଲାଙ୍ଗୀର ବନ୍ଦ ଡାକରା : ଗାଡି ଚଳାଚଳ ଓ ଦୋକାନବଜାର ବନ୍ଦ
ବଲାଙ୍ଗୀର : ଆଜି ବଲାଙ୍ଗୀର ବନ୍ଦ ଡାକରା । କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଥିବା ଅଭିଯୋଗ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବଲାଙ୍ଗୀର ଜିଲା ବନ୍ଦ ଡାକରା ଦିଆଯାଇଛି । ଯାନବାହନ ଠାରୁ ନେଇ ସ୍କୁଲ, କଲେଜ, ଦୋକାନବଜାର ସବୁ କିଛି ବନ୍ଦ କରାଯାଇଛି । ଏନେଇ ସକାଳେ ସକାଳେ ଏହାର ପ୍ରଭାବ ଦେଖାଦେଇଛି । ଗାଡି ଚଳାଚଳ ଓ ଦୋକାନବଜାର ବନ୍ଦ ରହିଛି ।
ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତିଙ୍କ ସୂଚନା ଅନୁସାରେ, ମମିତାଙ୍କୁ ନ୍ୟାୟ ଦିଆଯିବା ସହ ସିବିଆଇ ତଦନ୍ତ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ବାକି ସବୁ ବନ୍ଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗୀର ଜିଲା ଶାଖା ପକ୍ଷରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି।
