ଟି-୨୦ ବିଶ୍ୱକପ୍ : ନ୍ୟୁଜିଲାଣ୍ଡକୁ ୧୩ ରନ୍ରେ ହରାଇଲା ଇଂଲଣ୍ଡ
ଆବୁଧାବି: ଟି-୨୦ ବିଶ୍ୱକପ୍ ପାଇଁ ଅଭ୍ୟାସ ମ୍ୟାଚ୍ ଜାରି ରହିଛି । ବୁଧବାର ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡକୁ ୧୩ ରନ୍ରେ ଇଂଲଣ୍ଡ ପରାସ୍ତ କରିଛି। ଜୋସ୍ ବଟ୍ଲରଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୬ ୱିକେଟରେ ୧୬୩ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ୧୯.୨ ଓଭରରେ ୧୫୦ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ଜୋସ୍ ବଟ୍ଲର ୫୧ ବଲ୍ରୁ ୨ଟି ଛକା ଓ ୧୧ଟି ଚୌକା ସହ ୭୩ ରନ୍ କରିଥିଲେ। ଜନି ବେୟାରଷ୍ଟୋ ୨୧ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍ କରିଥିଲେ।
ସାମ୍ ବିଲିଙ୍ଗ୍ସ ୧୭ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ରନ୍ରେ ଅପରାଜିତ ଥିଲେ। ଇସ୍ ସୋଢ଼ି ୩ଟି ୱିକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ଓପ୍ନର ମାର୍ଟିନ ଗପ୍ଟିଲ ୨୦ ବଲ୍ରୁ ୩ଟି ଛକା ଓ ୪ଟି ଚୌକା ସହ ୪୧ ରନ୍ କରିଥିଲେ। ଇସ୍ ସୋଢ଼ି ୧୬ ବଲ୍ରୁ ୨୫ ରନ୍କରି ଅପରାଜିତ ଥିଲେ। ମାର୍କ ଉଡ୍ ୪ଟି ଓ ଆଦିଲ୍ ରସିଦ୍ ୩ଟି ୱିକେଟ ନେଇଥିଲେ।
