ଟଙ୍କା ମାଗିବାରୁ ଛୁରୀ ଭୂଷି ହତ୍ୟା
ଖୋର୍ଦ୍ଧା : ଧାର ଟଙ୍କା ମାଗିବାରୁ ଜଣେ ଯୁବକ ନିଜର ସହକର୍ମୀକୁ ଛୁରା ଭୂଷି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ଖୋର୍ଦ୍ଧା ପୌରାଂଚଳ ସ୍ପିନିଂ ମିଲ୍ ଲେବର କଲୋନୀର ରଶ୍ମିରଞ୍ଜନ ପାଟ୍ଟଯୋଶୀ(୨୨) । ସୂଚନା ମୁତାବକ ରଶ୍ମି ଓ ମୁନା ଉଭୟ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ତେବେ କାର୍ଯ୍ୟ କରିବା ସମୟରେ ରଶ୍ମି ଠାରୁ ମୁନା ଟଙ୍କା ଧାର ସୂତ୍ରରେ ନେଇଥିଲେ । ରଶ୍ମି ମୁନାକୁ ଧାର ଟଙ୍କା ମାଗିବାରୁ ମୁନା ଏକ ଧାରୁଆ ଅସ୍ତ୍ରରେ ରଶ୍ମିକୁ ଆକ୍ରମଣ କରିଥିଲା । ଫଳରେ ରଶ୍ମି ମୃତ୍ୟୁବରଣ କରିଥିଲେ । ଏନେଇ ରଶ୍ମିର ବାପା ସନ୍ତୋଷ ପାଟ୍ଟଯୋଶୀ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ । ତେବେ ସନ୍ତୋଷଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍ କେସ୍ ନଂ ୪୧୯/୨୧ ଦଫା ୩୦୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ମୁନାକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି ।
