ପାକିସ୍ଥାନ ସୀମା ନିକଟରେ ୨୨ ପିସ୍ତଲ ଏବଂ ୪ କୋଟିରୁ ଅଧିକ ହିରୋଇନ ଉଦ୍ଧାର
ଚଣ୍ଡିଗଡ଼ : ଗୁପ୍ତଚର ଅପରେସନର ଏକ ଅଂଶ ଭାବରେ ପଂଜାବ ପୋଲିସ ବୁଧବାର ଦିନ ତରନ ତାରନ ଜିଲ୍ଲା ଅନ୍ତର୍ଗତ ଭାରତ-ପାକିସ୍ଥାନ ସୀମାରେ ଥବବା ତାରବନ୍ଦୀ ନିକଟରେ ସର୍ଚ୍ଚ ଅପରେସନ ବେଳେ ହିରୋଇନ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି । ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ କାଉଂଟର ଇଂଟେଲିଜେନ୍ସ ଅମୃତସର ମିଳିତ ଭାବେ କେମକାରନ ସେକ୍ଟରର ବିଓପି ମିଆୱାଲି ଅଂଚଳରେ ଏହି ଅପରେସନ କରିଥିଲେ ।
କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଇକବାଲ ପ୍ରୀତ ସିଂ ସାହୋଟା କହିଛନ୍ତି ଯେ, ପାକିସ୍ଥାନ ସୀମା ନିକଟରେ କିଛି ଅପରେଟିଭ ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ ଲଚାଇ ରଖିଥିବା ପୋଲିସକୁ ଏକ ସୂଚନା ମିଳିଛି । ଏହା ପରେ କାଉଂଟର ଇଂଟେଲିଜେନ୍ସ ଅମୃତସରଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ବିଏସଏଫ ଅଧିକାରୀଙ୍କ ସହ ସର୍ଚ୍ଚ ଅପରେସନ ଯୋଜନା କରାଯାଇଥିଲା ।
