ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ : ଟ୍ୱିଟରରେ ମୁହାଁମୁହିଁ ହେଲେ ଅଖତର ଓ ଭଜ୍ଜୀ
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି । ବର୍ତ୍ତମାନ ଗ୍ରୁପ୍-ଏ ଏବଂ ଗ୍ରୁପ୍-ବିର ମ୍ୟାଚ୍ ଖେଳାଯାଉଛି । ଏହା ପରେ ସୁପର-୧୨ର ମ୍ୟାଚ୍ ଖେଳାଯିବ । ଆସନ୍ତା ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହ ଭାରତ ମ୍ୟାଚ ଆରମ୍ଭ ହେବ । ୨୦୧୯ ବିଶ୍ୱକପ ପରେ ଭାରତ ଏବଂ ପାକିସ୍ତାନର ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପରିବେଶ ପ୍ରସ୍ତୁତ ହୋଇସାରିଛି । ଭାରତର ବରିଷ୍ଠ ସ୍ପିନର ହରଭଜନ ସିଂ ଏବଂ ପୂର୍ବତନ ପାକିସ୍ତାନୀ ବୋଲର ଶୋଏବ ଅଖତର ଟ୍ୱିଟରରେ ଖୋଲାଖୋଲି ଭାବେ ଯୁକ୍ତି ତର୍କ କରିଛନ୍ତି । ଭଜ୍ଜୀ ନିକଟରେ କହିଥିଲେ ଯେ ପାକିସ୍ତାନ ଏହି ମ୍ୟାଚ ଖେଳିବା ଉଚିତ ନୁହେଁ କାରଣ ସେମାନେ ପୁଣି ଥରେ ହାରିବେ । ପୁଣି ନିରାଶ ହେବେ ।
ବାସ୍ତବରେ ଭାରତ ବିଶ୍ୱକପରେ ପାକିସ୍ତାନକୁ ହରାଇ ନାହିଁ, ୫୦ ଓଭର ବିଶ୍ୱକପ ହେଉ କିମ୍ବା ଟି -୨୦ ବିଶ୍ୱକପ । ଭଜ୍ଜୀଙ୍କ ଏହି ବିବୃତ୍ତି ଅଖତରଙ୍କୁ ଅଧିକ ଖୁସି କରିନଥିଲା ଏବଂ ସେ ଟ୍ୱିଟର ମାଧ୍ୟମରେ କଡ୍ଡା ଜବାବ ଦେଇଥିଲେ । ଭଜୀଙ୍କ ସହ ଏକ ଫଟୋ ସେୟାର କରି ଅଖତର ଟ୍ୱିଟରରେ ଲେଖିଛନ୍ତି ଯେ ଦୁବାଇରେ ଭାରତ-ପାକିସ୍ତାନ ମହାନ ମ୍ୟାଚ୍ ପୂର୍ବରୁ ଆଲୋଚନା କରି ଶ୍ରୀ ହରବଜନ ସିଂ ଏହା ଜାଣିଛନ୍ତି । ଏହା ଶୁଣିବା ପରେ ଚୁପଚାପ୍ ବସିନଥିଲେ ଭଜୀ । ଭଜ୍ଜୀ ଟ୍ୱିଟରରେ ଅଖତରଙ୍କୁ ଏବଂ ତାଙ୍କ ଟେଷ୍ଟ ୱିକେଟ୍ ବିଷୟରେ ମନେ ପକାଇ ଲେଖିଛନ୍ତି, ଯିଏ ଟେଷ୍ଟରେ ୪୦୦ ଓ୍ୱିକେଟ ନେଇଛି ସିଏ ୨୦୦ ଓ୍ୱିକେଟ ନେଇଥିବା ବ୍ୟକ୍ତିଙ୍କଠାରୁ ଅଧିକ ଅଭିଜ୍ଞତା ରଖିଥାଏ । ହରଭଜନ ସିଂ ୪୧୭ ଟେଷ୍ଟ ୱିକେଟ୍ ନେଇଥିବା ବେଳେ ଶୋଏବ ଅଖତର ୪୬ ଟି ଟେଷ୍ଟ ମ୍ୟାଚରେ ମାତ୍ର ୧୭୮ ୱିକେଟ୍ ନେଇଛନ୍ତି । କ୍ରିକେଟ୍ ପଡ଼ିଆରେ ମଧ୍ୟ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଛି ।
