ଆଜି ୧୨ଘଣ୍ଟିଆ ନୂଆପଡ଼ା ଜିଲା ବନ୍ଦ
ନୂଆପଡ଼ା : ରାଜ୍ୟ ସରକାରଙ୍କ ଦ୍ୱାରା ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ବିରୋଧରେ ଆଜି ୧୨ଘଣ୍ଟିଆ ନୂଆପଡ଼ା ଜିଲା ବନ୍ଦ। ଜିଲା ଓବିସି ମୋର୍ଚ୍ଚା ତରଫରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି । ଅନେକ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।
ସୂଚନା ଯେ, ଆସନ୍ତା ପଞ୍ଚାୟତିରାଜ ନିର୍ବାଚନରେ ଆସନ ସଂରକ୍ଷଣରେ ପଛୁଆ ବର୍ଗଙ୍କୁ ଅଣଦେଖାକୁ ବିରୋଧ । ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ୩୫୩ ଅବରୋଧ କରାଯାଇଛି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ବାକି ସମସ୍ତ ସରକାରୀ , ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି ।
