ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଲଂଚ୍
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଂଚ ହୋଇଛି । ବିସିସିଆଇ ନିଜ ଟ୍ୱିଟର ଆକାଉଂଟରେ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛି । ଫଟୋ ସେୟାର କରି ବିସିସିଆଇ ଲେଖିଛି, ‘ବିଲିୟନ ଚିୟର୍ସ ଜର୍ସି ! ଜର୍ସିର ପାଟର୍ନ ଟିମ ଇଣ୍ଡିଆ ପ୍ରଶଂସକଙ୍କ ଦ୍ୱାରା ପ୍ରେରିତ । ଏହି ଜର୍ସିର ରଙ୍ଗ ଗାଢ଼ ନୀଳ ।’
ବିସିସିଆଇ ଟ୍ୱିଟରରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହଙ୍କ ଫଟୋ ସେୟାର କରି ଲେଖିଛି, ଜର୍ସି ପାଟର୍ନ ପ୍ରଶଂସକଙ୍କ କୋଟି କୋଟି ଚିୟର୍ସରୁ ପ୍ରେରିତ । ଏହି ଟି-୨୦ ବିଶ୍ୱକପ ସଂଯୁକ୍ତ ଆରବ ଇମିରେଟ୍ସ ଓ ଓମାନରେ ଅକ୍ଟୋବର ୧୭ ତାରିଖରୁ ଖେଳାଯିବ । ଟିମ ଇଣ୍ଡିଆର ନୂଆ ଜର୍ସିର ରଙ୍ଗ ପୁରୁଣା ଭଳି । କିନ୍ତୁ ଡିଜାଇନ ଟିକେ ଅଲଗା । ନୂଆ ଜର୍ସି ମଝିରେ ହାଲୁକା ନୀଳ ରଙ୍ଗର ପଟା ଦିଆଯାଇଛି । ପୁରୁଣା ଜର୍ସିରେ କାନ୍ଧରେ ବିଭିନ୍ନ ରଙ୍ଗ ମିଶାଇ ଏକ ଡିଜାଇନ କରାଯାଇଥିଲା । କିନ୍ତୁ ଏଥର ସେମିତି ନାହିଁ ।
