ଭିଜିଲାନ୍ସ ଜାଲରେ ତିଲେଇବଣୀ କନିଷ୍ଠ ଯନ୍ତ୍ରୀ
ଦେବଗଡ଼ : ଭିଜିଲାନ୍ସ ଜାଲରେ ଦେବଗଡ ତିଲେଇବଣୀ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ବେହେରା । ଏକାସାଙ୍ଗେ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଜାରି ରହିଛି ।
ସୂଚନା ଯେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୩ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ବଳମ ଗାଁ ପୈତୃକ ବାସଭବନ, କଣ୍ଢଳ ଗାଁ ସ୍ଥିତ ଶ୍ବଶୁର ଘର, ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏବେ ଯାଏଁ କେତେ ପରିମାଣର ସଂପତି ଜବତ ହୋଇଛି । ସେନେଇ କିଛି ସୂଚନା ମିଳିନାହିଁ ।
