ବିଦ୍ୟୁତ୍ କମ୍ପାନିଙ୍କ ଚାହିଦା ପୂରଣ ପାଇଁ ଯଥେଷ୍ଟ କୋଇଲା ଉପଲବ୍ଧ ରହିଛି : କୋଇଲା ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ବିଦ୍ୟୁତ ଚାହିଦା ପୂରଣ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ରହିଛି ବୋଲି କୋଇଲା ମନ୍ତ୍ରଣାଳୟ ଆଶ୍ୱାସନା ଦେଇଛି । ବିଦ୍ୟୁତ ଯୋଗାଣ ବ୍ୟାଘାତ ହେବା ନେଇ ସମସ୍ତ ପ୍ରକାର ଆଶଙ୍କା ଆଧାରହୀନ । ବିଦ୍ୟୁତ ପ୍ଲାଂଟଗୁଡ଼ିକରେ ପାଖାପାଖି ୭୨ ଲକ୍ଷ ଟନ କୋଇଲା ମହଜୁଦ ରହିଛି, ଯାହା କି ୪ ଦିନର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ, ଏବଂ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ନିକଟରେ ଏବେ ୪୦୦ ଲକ୍ଷ ଟନରୁ ଅଧିକ କୋଇଲା ଉପଲବ୍ଧ ଅଛି, ଯାହା ବିଦ୍ୟୁତ ପ୍ଲାଂଟଗୁଡ଼ିକୁ ଯୋଗାଇ ଦିଆଯାଉଛି । କୋଇଲା ଖଣି କମ୍ପାନିଗୁଡ଼ିକ ପକ୍ଷରୁ ବିପୁଳ ଯୋଗାଣ ହେବା ଅନୁସାରେ ଚଳିତବର୍ଷରେ ଘରୋଇ କୋଇଲା ଭିତିକ ବିଦ୍ୟୁତ ଉତ୍ପାଦନ ପାଖାପାଖି ୨୪% ବୃଦ୍ଧି ପାଇଛି (୨୦୨୧ ସେପ୍େଟମ୍ବର ପର୍ଯ୍ୟନ୍ତ) । ବିଦ୍ୟୁତ ପ୍ଲାଂଟଗୁଡ଼ିକରେ ଦୈନିକ ହାରାହାରି କୋଇଲା ଆବଶ୍ୟକତା ପରିମାଣ ପାଖାପାଖି ୧୮.୫ ଲକ୍ଷ ଟନ ରହିଥିବା ବେଳେ ଦୈନିକ କୋଇଲା ଯୋଗାଣ ପ୍ରାୟ ୧୭.୫ ଲକ୍ଷ ଟନ ରହିଛି । ବିସ୍ତାରିତ ମୌସୁମୀ ବର୍ଷା ଯୋଗୁ କୋଇଲା ଯୋଗାଣ ସାମାନ୍ୟ ପ୍ରଭାବିତ ହୋଇଛି । ବିଦ୍ୟୁତ ପ୍ଲାଂଟଗୁଡ଼ିକରେ ଉପଲବ୍ଧ କୋଇଲା ହେଉଛି ଏକ ରୋଲିଙ୍ଗ ଷ୍ଟକ, ଯାହାର ଭରଣା କୋଇଲା କମ୍ପାନିଗୁଡ଼ିକ ପକ୍ଷରୁ ଦୈନିକ ଯୋଗାଣ ଭିତିରେ କରାଯାଇଥାଏ । ତେଣୁ, ବିଦ୍ୟୁତ ପ୍ଲାଂଟଗୁଡ଼ିକରେ କୋଇଲା ଷ୍ଟକ ହ୍ରାସ ପାଇବା ନେଇ ଯେ କୌଣସି ପ୍ରକାର ଆଶଙ୍କା ତ୍ରୁଟିପୂର୍ଣ୍ଣ । ବାସ୍ତବରେ ଚଳିତବର୍ଷ, ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆମଦାନି ପରିବର୍ତେ ଘରୋଇ କୋଇଲା ଯୋଗାଣ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରାଯାଇଛି ।
କୋଇଲା କ୍ଷେତ୍ର ଅଂଚଳ ଗୁଡ଼ିକରେ ପ୍ରବଳ ବର୍ଷା ସତ୍ୱେ ସିଆଇଏଲ ଚଳିତବର୍ଷ ବିଦ୍ୟୁତ କ୍ଷେତ୍ରକୁ ୨୫୫ ଏମଟିରୁ ଅଧିକ କୋଇଲା ଯୋଗାଇ ଦେଇଥିଲା, ଯାହା କି ବିଦ୍ୟୁତ କ୍ଷେତ୍ରକୁ ସିଆଇଏଲ ପକ୍ଷରୁ ହେଉଥିବା ଏଚ-୧ (ଅର୍ଦ୍ଧବାର୍ଷିକ) ଯୋଗାଣ ତୁଳନାରେ ସର୍ବାଧିକ । ସମସ୍ତ ଉତ୍ସରୁ ହେଉଥିବା ମୋଟ କୋଇଲା ଯୋଗାଣ ମଧ୍ୟରୁ, ବିଦ୍ୟୁତ କ୍ଷେତ୍ରକୁ ସିଆଇଏଲ ତରଫରୁ ହେଉଥିବା ବର୍ତମାନର କୋଇଲା ଯୋଗାଣ ଦୈନିକ ୧୪ ଲକ୍ଷ ଟନରୁ ଅଧିକ ଏବଂ ବର୍ଷା କମିଆସୁଥିବାରୁ ଏହି ଯୋଗାଣ ୧୫ ଲକ୍ଷ ଟନକୁ ବୃଦ୍ଧି ପାଇଛି ଓ ୨୦୨୧ ଅକ୍ଟୋବର ଶେଷ ସୁଦ୍ଧା ଏହା ଦୈନିକ ୧୬ ଲକ୍ଷ ଟନ ଅତିକ୍ରମ କରିବାକୁ ଯାଉଛି । ଏହାଛଡ଼ା ଏସସିସିଏଲ ଏବଂ କ୍ୟାପ୍ଟିଭ କୋଇଲା ବ୍ଲକଗୁଡ଼ିକରୁ ଯୋଗାଣ ମାତ୍ରା ଦୈନିକ ୩ ଲକ୍ଷ ଟନରୁ ଅଧିକ ରହିଛି । ଭୀଷଣ ମୌସୁମୀ ବର୍ଷା, ସ୍ୱଳ୍ପ ମାତ୍ରାର କୋଇଲା ଆମଦାନି ଏବଂ ଆର୍ôଥକ ସୁଧାର ଯୋଗୁ ବିଦ୍ୟୁତ ଚାହିଦା ଅତ୍ୟଧିକ ବଢ଼ିବା ସତ୍ୱେ ଦେଶର ବିଦ୍ୟୁତ ଉତ୍ପାଦନକୁ ଘରୋଇ କୋଇଲା ଯୋଗାଣ ବିଶେଷ ଭାବେ ସମର୍ଥନ ଯୋଗାଇ ଦେଇଛି । ସେହିଭଳି ଚଳିତ ଆର୍ôଥକବର୍ଷରେ କୋଇଲା ଯୋଗାଣ ଏକ ରେକର୍ଡ ଶୀର୍ଷ ଛୁଇଁବ ବୋଲି ଆଶା କରାଯାଉଛି । ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ଉଚ୍ଚା ରହିବା ଯୋଗୁ, ଆମଦାନି ଆଧାରିତ ବିଦ୍ୟୁତ ପ୍ଲାଂଟଗୁଡ଼ିକ ଦ୍ୱାରା ପିପିଏ ଅଧୀନରେ ମଧ୍ୟ ବିଦ୍ୟୁତ ଯୋଗାଣ ପ୍ରାୟ ୩୦% ହ୍ରାସ ପାଇଛି, ଯେବେ କି ଘରୋଇ ଭିତିିକ ବିଦ୍ୟୁତ ଯୋଗାଣ ଚଳିତବର୍ଷ ଏଚ୧ (ପ୍ରଥମାର୍ଦ୍ଧ)ରେ ପାଖାପାଖି ୨୪% ବୃଦ୍ଧି ପାଇଛି । ଆମଦାନି କୋଇଲାଭିତିକ ବିଦ୍ୟୁତ ପ୍ଲାଂଟ ପାଖାପାଖି ୨୫.୬ ବିୟୁ (ବିଲିୟନ ୟୁନିଟ) ଉତ୍ପାଦନ କରିଛି, ଯାହା ୪୫.୭ ବିଲିୟନ ୟୁନିଟ ଧାର୍ଯ୍ୟ ହୋଇଥିଲା ।
