ଆଜି ଭାରତୀୟ ଅନ୍ତରୀକ୍ଷ ସଂଘର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତରୀକ୍ଷ ଏବଂ ଉପଗ୍ରହ କମ୍ପାନୀର ସଂଗଠନ ଭାରତୀୟ ଅନ୍ତରୀକ୍ଷ ସଂଘ(ଇସ୍ପା)ର ଶୁଭାରମ୍ଭ କରିବେ । ଏନେଇ ପିଏମ୍ଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନ ୧୧ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତୀୟ ଅନ୍ତରିକ୍ଷ ସଂଘ(ଇସ୍ପା)ର ଶୁଭାରମ୍ଭ କରିବେ । ସେ ଏହି ଐତିହାସିକ ଅବସରରେ ଅନ୍ତରିକ୍ଷ ଉଦ୍ୟୋଗର ପ୍ରତିନିଧିଙ୍କ ସହ କଥାବାର୍ତା ମଧ୍ୟ କରିବେ ।
ଉଲ୍ଲେଖନୀୟ ଯେ ଭାରତୀୟ ଅନ୍ତରିକ୍ଷ ସଂଘ(ଇସ୍ପା) ଅନ୍ତରିକ୍ଷ ଏବଂ ଉପଗ୍ରହ କମ୍ପାନୀର ମୁଖ୍ୟ ଉଦ୍ୟୋଗ ସଂଘ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ପ୍ରତିଧ୍ୱନିତ କରି ଇସ୍ପା ଭାରତକୁ ଟେକ୍ନନିକ ରୂପରେ ଉନ୍ନତ ଏବଂ ଅନ୍ତରିକ୍ଷ କ୍ଷେତ୍ରରେ ଏକ ଅଗ୍ରଣୀ କରିବାକୁ ସାହାଯ୍ୟ କରିବ । ଇସ୍ପାର ପ୍ରତିନିଧିତ୍ୱ ଅନ୍ତରିକ୍ଷ ଏବଂ ଉପଗ୍ରହ ପ୍ରୋଦ୍ୟୋଗିକରେ ଉନ୍ନତ କ୍ଷମତା ପ୍ରମୁଖ ଘରୋଇ ଏବଂ ବୈଶ୍ୱିକ ନିଗମ ଦ୍ୱାରା କରାଯିବ । ଏହି ସଂସ୍ଥାପକ ସଦସ୍ୟରେ ଲାର୍ସନ ଏଣ୍ଡ ଟୁବ୍ରୋ, ନାଲ୍କୋ(ଟାଟା ଗ୍ରୁପ), ବନବେବ, ଭାରତୀ ଏୟରଟେଲ୍, ମେପମାୟଇଣ୍ଡିଆ, ବାଲଚନ୍ଦନଗର ଇଣ୍ଡଷ୍ଟିଜ୍ ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ ସାମିଲ ଅଛନ୍ତି । ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଗୋଦରେଜ, ହ୍ୟୁଜେସ୍ ଇଣ୍ଡିଆ, ଅଜିସ୍ତା-ବିଏସ୍ଟି ଏୟରୋସ୍ପେସ ପ୍ରାଇବେଟ ଲିମିଟେଡ, ବିଇଏଲ୍, ସେଂଟମ ଇଲେକ୍ଟ୍ରୋନିକ୍ସ ଏବଂ ମେକ୍ସାର ଇଣ୍ଡିଆ ସାମିଲ ଅଛି ।
