ପାର୍ବଣ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ନିୟମ : ଥର୍ମକୋଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ପାର୍ବଣ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡ଼ା ନିୟମ ଜାରି କରାଯାଇଛି। ପ୍ରାକୃତିକ ରଙ୍ଗ ବ୍ୟବହାର ସହ ଥର୍ମକୋଲ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ଏହି ନିୟମ ଖିଲାପ କଲେ ସମ୍ପୃକ୍ତ ପୂଜା କମିଟି ଉପରେ ହେବ ଜରିମାନା ଓ ଦୁଇ ବର୍ଷ ପୂଜା ଉପରେ କଟକଣା ଲାଗିବ ବୋଲି କୁହାଯାଇଛି।
