ଦଶହରା ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ସବୁ ଜିନିଷ! ନଚେତ ଘରେ ଲାଗି ରହିବ ଅଭାବ, ଆଉ ହେଇଯିବେ କାଙ୍ଗାଳ
ଆରମ୍ଭ ହେବାକୁ ଯାଉଛି ନବରାତ୍ର । ଏଥିପାଇଁ ଚଳଚଂଚଳ ପୁରପଲ୍ଲୀ । ବିଶେଷ କରି ପର୍ବପର୍ବାଣୀ ଅବସରରେ ପ୍ରତେକ ଲୋକ ନିଜ ଘରକୁ ସଫା ସୂତରା କରିବା ପାଇଁ ପ୍ରୟାସ କରିଥାନ୍ତି।ଦଶହରା ପର୍ବ ପାଳନ କରିବା ପାଇଁ ଆପଣମାନେ ନିଜ ଘରକୁ ନିଶ୍ଚିନ୍ତ ଭାବେ ସଫା ସୁତାର କରି ସାରିଥିବେ।ଶାସ୍ତ୍ର ଅନୁସାରେ ସଫା ସୁତରା ଘରେ ହିଁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।
ଯଦି ଦଶହରା ଆରମ୍ଭ ହେବ ପୂର୍ବରୁ ଆପଣମାନେ ନିଜ ଘରକୁ ସଫା ସୂତରା କରିଥାନ୍ତି ତେବେ ଆପଣକୁ ବିଶେଷ ଧନ ପ୍ରାପ୍ତିର ଯୋଗ ରହିଥାଏ।ତେଣୁ ଆପଣଙ୍କୁ ଘର ସଫା କରିବା ସମୟରେ କିଛି କଥାର ବିଶେଷ ଧ୍ୟାନ ରଖିବା ଉଚିତ।ଏହା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବା ସହିତ ଆପଣଙ୍କ ଜୀବନ ଆନନ୍ଦରେ ବ୍ୟତୀତ ହେବ।
ତେଣୁ ସଫା କରିବା ସମୟରେ ଘରୁ ଏହି ୬ଟି ଜିନିଷକୁ ବାହାର କରି ଦିଅନ୍ତୁ।ଏହା ଦ୍ଵାରା ଆପଣ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିବା ସହିତ ସକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିବ।ଦଶହରାରେ ଯଦି ଘର ସଫା କରିବା ସମୟରେ ଆପଣଙ୍କ ଘରେ ଯଦି ଭାଙ୍ଗି ଯାଇଥିବା କାଚ ଦେଖିବାକୁ ପାଇ ଥାଆନ୍ତି ତେବେ ତୁରନ୍ତ ଏହାକୁ ଘରୁ ବାହାର କରି ଦିଅନ୍ତୁ।
ଏହା ଦ୍ଵାରା ଆପଣଙ୍କର ମାନସିକ ଦୁଶ୍ଚିନ୍ତା ବଢ଼ି ଯାଇଥାଏ।ଆପଣ କୌଣସି ଶୁଭ କାର୍ଯ୍ୟରେ ସଫଳ ହୋଇନଥାନ୍ତି।ସାଧାରଣତଃ ଆପଣମାନେ ଖରାପ ଘଣ୍ଟାକୁ ଘରେ ରଖିବା ଉଚିତ ନୁହେଁ।ଏହା ଦ୍ଵାରା ପରିବାରର ସଦସ୍ୟମାନେ କେବେ ହେଲେ ସଫଳ ହୋଇ ପାରନ୍ତି ନାହିଁ।ଯାହା ଦ୍ଵାରା ଘରର ପରିବେଶ ଖରାପ ହୋଇଥାଏ।
ଯଦି ଆପଣଙ୍କ ଘରେ ଭଙ୍ଗା ଖଟ ବା ଫର୍ଣିଚର ରହିଛି ତେବେ ଆପଣଙ୍କ ବୈବାହିକ ଜୀବନରେ ନାନା ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ପତି ପତ୍ନୀଙ୍କ ମଧ୍ୟରେ ସର୍ବଦା ବାଦ ବିବାଦ ଲାଗି ରହିଥାଏ।ତେବେ ଘର ସଫା କରିବା ସମୟରେ ଏହି ଭଙ୍ଗା ଖଟ ବା ଫର୍ଣୁଚର ଆଦିକୁ ଘରୁ ବାହାର କରି ଦିଅନ୍ତୁ।
ଘରେ ଯଦି କିଛି ଭଙ୍ଗା ଫଟୋ ରହିଛି ତେବେ ଏହା ଦ୍ଵାରା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।ଏହା ଦ୍ଵାରା ନକାରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ।ତେଣୁ ଭଙ୍ଗା ଫଟୋ ଆଦି ଆପଣ ଘରୁ ବାହାର କରି ଦିଅନ୍ତୁ।ଯଦି ଆପଣ ଠାକୁରଙ୍କ ଘରେ ପୁରୁଣା ମାଟି ଦୀପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭୁଲ ଅଟେ।
ଏହାକୁ ତୁରନ୍ତ ଫୋପାଡି ଦିଅନ୍ତୁ।ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।ଏହା ପରେ ନୂତନ ଦ୍ବୀପ ଆଣି ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରନ୍ତୁ।ଯଦି ଆପଣଙ୍କର ଘରର କବାଟ ଭାଙ୍ଗି ଯାଇଛି ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ଏହା ଦ୍ଵାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।ଏହି ସବୁ ଜିନିଷ ଉପରେ ଯଦି ବିଶେଷ ଧ୍ୟାନ ଦେବେ ତେବେ ମାତା ଲକ୍ଷ୍ମୀ ଘରକୁ ଆଗମନ କରିବେ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବରଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
