ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ବ୍ରହ୍ମପୁରର ଚନ୍ଦନ
ବ୍ରହ୍ମପୁର : ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ବ୍ରହ୍ମପୁରର ଚନ୍ଦନ କୁମାର ସାହୁ । ଉଜବେକିସ୍ତାନ ତାସକେଣ୍ଟ୍ ଠାରେ ଆୟୋଜିତ ଦ୍ୱାଦଶ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଏକ ମାତ୍ର ଖେଳାଳୀ ଭାବେ ଚନ୍ଦନ ଭାଗ ନେଇ ଏହି ସଫଳତା ହାସଲ କରିଛନ୍ତି ।
୭୦ କେ.ଜି ବର୍ଗରେ ଭାଗ ନେଇ ଏଭଳି ସଫଳତା ପାଇଛନ୍ତି । ପୂର୍ବରୁ ଅନେକ ସଫଳତା ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ପାଇଛନ୍ତି । ଆସନ୍ତା ୯ ତାରିଖରେ ଚନ୍ଦନ ଓଡିଶା ଫେରିବା କାର୍ଯ୍ୟକ୍ରମ ରହିଛି ।
