ଆଜି ଠାରୁ ନବରାତ୍ରି ଆରମ୍ଭ ! କରନ୍ତୁ ଏହି ୫ଟି କାମ, ଆପଣଙ୍କ ସମସ୍ତ ମନୋକାମନା ହେବ ପୂର୍ଣ୍ଣ
ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରି । ଏହି ଦିନମାନଙ୍କରେ ମା’ର ୯ଟି ରୂପକୁ ପୂଜା କରାଯାଏ । ପ୍ରଥମ ଦିନ ମାତା ଶୈଲପୁତ୍ରୀ ଓ ଘଟ ସ୍ଥାପନା କରାଯାଏ । ଏବଂ ନବରାତ୍ରିର ଶେଷ ଦିନ କନ୍ୟା ମାନଙ୍କର ପୂଜା କରାଯାଇ ବ୍ରତ ଖୋଲା ଯାଏ । ହିନ୍ଦୁ ଧର୍ମରେ ନବରାତ୍ରିର ବହୁତ ମହତ୍ତ୍ବ ଅଛି, ଗୋଟେ ବର୍ଷରେ ୪ଥର ନବରାତ୍ରି ଆସେ । ଚୈତ୍ର ଓ ଆଶ୍ବିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ରୁ ନବମୀ ପର୍ଯ୍ୟନ୍ତ ପଡୁଥିବା ନବରାତ୍ରି ବହୁତ ଲୋକପ୍ରିୟ ଅଟେ । ଏହା ବ୍ୟତୀତ ଆଷାଢ ଓ ମାଘ ମାସରେ ଗୁପ୍ତ ନବରାତ୍ରି ପଡେ, ଆଷାଢ ଓ ମାଘ ମାସ ଶୁକ୍ଳ ପକ୍ଷରେ ପଡୁଥିବା ନବରାତ୍ରିକୁ ଗୁପ୍ତ ନବରାତ୍ରି କୁହା ଯାଏ । ଏହି ନବରାତ୍ରି ଏତେ ବିଶେଷ ନ ହୋଇଥିଲେ ମଧ୍ୟ ତନ୍ତ୍ର ସାଧନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଖାସ ଅଟେ ।
ମନୁଷ୍ୟ ନିଜ ଜୀବନକୁ ସୁଖମୟ କରିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରିଥାଏ । ପରନ୍ତୁ ବ୍ୟକ୍ତିକୁ ଅନିଚ୍ଛା ଥିବା ସତ୍ବେ ବି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବ୍ୟକ୍ତିର ଜୀବନରେ ଯାହା ବି ସୁଖ ଦୁଃଖ ଆସିଥାଏ ତାହା ସବୁ ଗ୍ରହ ମାନଙ୍କର ଗତି ଉପରେ ନିର୍ଭର କରିଥାଏ । ଗ୍ରହ ମାନଙ୍କର ଗତି ପରିବର୍ତ୍ତନ ହେବ କାରଣରୁ ରାଶିମାନଙ୍କ ଉପରେ କିଛି ନା କିଛି ପ୍ରଭାବ ଅବଶ୍ୟ ପଡିଥାଏ । ଏହି କାରଣରୁ ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାରର ପରିସ୍ଥିତି ଉତ୍ପନ୍ନ ହୋଇଥାଏ । ଶାରଦୀୟ ନବରାତ୍ରିରେ ସବୁ ପ୍ରକାରର ଶୁଭ କାମ କରାଯାଇପାରେ । ନବରାତ୍ରିର ଏହି ଶୁଭ ଦିନରେ ବିଶେଷ କାମ ପାଇଁ ମୂହୁର୍ତ୍ତ ଦେଖୁବା ଆବଶ୍ୟକ ନାହିଁ । ଅଧିକାଂଶ ଲୋକ ଏହି ଦିନ ମାନଙ୍କରେ ଗୃହ ପ୍ରବେଶ କରନ୍ତି ଓ କିଛି ଲୋକ ନୂତନ ଯାନ ବାହାନ କିଣିଥାନ୍ତି । ସମସ୍ତେ ଏହି ୯ଦିନ ଯାକ ମା ଙ୍କର ଶ୍ରଦ୍ଧା ଓ ଭକ୍ତିର ସହ ପୂଜାର୍ଚ୍ଚନା କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ନବରାତ୍ରି ସମୟରେ ଏହି ୫ଟି ଜରୁରୀ କାମ ବିଷୟରେ, ଯାହାକୁ କରିଲେ ମାଙ୍କର ଆଶୀର୍ବାଦ ମିଳିବ ଓ ଆପଣଙ୍କର ସମସ୍ତ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ।
ଆସନ୍ତୁ ଜାଣିବା ଏହି ୫ଟି ଜରୁରୀ କାମ କଣ :
ନବରାତ୍ରିର ସମୟରେ ଆପଣ ମାଙ୍କର ପୂଜା ଅତ୍ୟନ୍ତ ସ୍ବଚ୍ଛ ଓ ପବିତ୍ର ମନରେ କରନ୍ତୁ, ମାଙ୍କ ମନ୍ଦିର ଯାଆନ୍ତୁ ଓ ସେଠି ଭଗବତୀ ପାଠ ନିଶ୍ଚୟ ପଢନ୍ତୁ ।
ଏପରି କୁହା ଯାଏ କି ନବରାତ୍ରି ବେଳେ ମାଙ୍କୁ ସବୁଦିନ ସ୍ବଚ୍ଛ ଜଳ ବା ଗଙ୍ଗାଜଳ ଅର୍ପଣ କରିଲେ ମା ନିଜ ଭକ୍ତଙ୍କ ଉପରେ ପ୍ରଶନ୍ନ ହୁଅନ୍ତି । ତେଣୁ ଏହା ନିଶ୍ଚୟ କରନ୍ତୁ ।
ନବରାତ୍ରିର ଏହି ୯ଦିନ ମାଙ୍କର ବିଶେଷ ଶୃଙ୍ଗାର କରିବା ଆବଶ୍ୟକ, ଓ ୮ମ ଦିନ ମା ମହାଗୌରୀ ଙ୍କର ବିଶେଷ ପୂଜାର ଆୟୋଜନ କରିବା ଆବଶ୍ୟକ । ଏହା କରିବା ଅତ୍ୟନ୍ତ ଶୁଭ ଅଟେ।
ଯଦି ଆପଣ ଦେଶୀ ଗାଈ ଘିଅରେ ଅଖଣ୍ଡ ଦୀପ ଜାଳାଉଛନ୍ତି ତେବେ ଆପଣଙ୍କୁ ମାଙ୍କର ବିଶେଷ କୃପା ଲାଭ ହେବ ।
ନବରାତ୍ରି ସମୟରେ ପିଆଜ, ରସୁଣ କି ମାଂସାହାରୀ ଭୋଜନ କରନ୍ତୁ ନାହିଁ ।
ଏହି ସବୁ କାର୍ଯ୍ୟ କରିବା ଦ୍ବାରା ମାତା ଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବରଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
