୧୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ରାୟଗଡ଼ା : ଗଞ୍ଜେଇ ଚୋରାଚାଲାଣ ବେଳେ ୧୫୦ କେଜି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଗୁଣୁପୁର ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ରଘୁନାଥ ମାଝି ।
ସୂଚନା ଯେ, ଗଞ୍ଜେଇ ଚୋରାଚାଲାଣ ନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଠାରୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ମଧ୍ୟ ଖବର ରହିଥିଲା । ତେବେ ଗୁଇନ୍ଦା ସୂଚନା ଅନୁସାରେ ରେଡ୍ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ପ୍ରାୟ ୧୫୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୮ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଘର ପଦ୍ମପୁର ଥାନା ଅଞ୍ଚଳର ପାରିମା ଗାଁର ବୋଲି ଜଣାପଡିଛି ।
