ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ
ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ଟୁଇଟ୍ କରି ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ ବିଧାନସଭା ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳ ଆପଣମାନଙ୍କର ଦଳ । ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ ।
ନବୀନ ପଟ୍ଟନାୟକ ଟୁଇଟ୍ କରି ଲେଖିଛନ୍ତି, ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଜନସମର୍ଥନ ମିଳିଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ। ଏହାସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜେଡି ଆପଣଙ୍କ ଦଳ, ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ମାତ ଦେଇ ପିପିଲି ବାଜି ଜିତିଛନ୍ତି ଜୁନିୟର ମହାରଥୀ। ଏପରିକି ୨୦୧୯ ତୁଳନାରେ ଅଧିକ ଭୋଟରେ ବିଜୟୀ ହୋଇ ରୁଦ୍ର ନୂଆ ଇତିହାସ ରଚିଛନ୍ତି। ଏହାସହ ବିଜେଡି ଗଡ ପିପିଲି ଗଡ ଅକ୍ତିଆର କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି। ପ୍ରଥମ ପଦାର୍ପଣରେ ପିପିଲି ଭଳି ହାଇଭୋଲଟେଜ ଆସନରେ ବିଜୟଲାଭ କରି ବିଜେଡିକୁ ବଡ ଭେଟି ଦେଇଛନ୍ତି ରୁଦ୍ର।
