ରାଜ୍ୟରେ ଆଉ ୬୯୧ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଶୁକ୍ରବାର ଆଉ ୬୯୧ କରୋନା ସଂକ୍ରମିତ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୩୨ ଜଣ ଆକ୍ରାନ୍ତ ଥିବାବେଳେ କଟକରୁ ୭୫, ଜଗତସିଂହପୁରରୁ ୩୦, ଯାଜପୁରରୁ ୨୯, ପୁରୀରୁ ୨୨, ଭଦ୍ରକରୁ ୧୬, ମୟୂରଭଂଜରୁ ୧୪, ସମ୍ବଲପୁରରୁ ୧୨, ବାଲେଶ୍ୱର, ସୁନ୍ଦରଗଡ଼ରୁ ୧୧-୧୧, କେନ୍ଦ୍ରାପଡ଼ାରୁ ୧୦ ଜଣ, ଢେଙ୍କାନାଳ, ନୟାଗଡ଼ରୁ ୭-୭, ଅନୁଗୁଳରୁ ୬, ବରଗଡ଼, ଝାରସୁଗୁଡ଼ାରୁ ୫-୫, ଦେବେଗଡ଼, ଗଂଜାମରୁ ୪-୪, କନ୍ଧମାଳ, କେନ୍ଦୁଝର, କୋରାପୁଟ, ରାୟଗଡ଼ାରୁ ୨ ଜଣ ଲେଖାଏଁ, ବୌଦ୍ଧ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଓ ରାଜ୍ୟ ପୁଲରୁ ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
