ବାଲେଶ୍ୱର ଟାଉନ ହାଇସ୍କୁଲରେ ୫ଟି କାର୍ଯ୍ୟର ରିଭ୍ୟୁ ବୈଠକ
ବାଲେଶ୍ୱର : ବାଲେଶ୍ୱର ଟାଉନ ହାଇସ୍କୁଲର ଆଲୁମିନୀ, ଏସଏମସି ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ବୁଧବାର ଦିବା ୧୧ଟା ସମୟରେ ୫ଟି କାର୍ଯ୍ୟର ଏକ ରିଭ୍ୟୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ଜେନା ଅଧ୍ୟକ୍ଷତା କରି ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟର ୫ଟି କାର୍ଯ୍ୟର ଅଗ୍ରଗତି ଉପରେ ତଥ୍ୟ କମିଟିକୁ ଅବଗତ କରାଇଥିଲେ। ସ୍ମାର୍ଟ୍ କ୍ଲାସ୍, ଇ-ଲାଇବ୍ରେରୀ, ବିଜ୍ଞାନଗାର, ରାସ୍ତା ଏବଂ ବଗିଚା ସୌନ୍ଦର୍ଯ୍ୟକରଣ ଉପରେ ଆଲୋଚନାମାନ ହୋଇଥିଲା।
ବୈଠକରେ ଆଲୁମିନୀ ସଭାପତି ସୁବ୍ରତ କର୍, ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ଏସଏମସି ସଭାପତି ପ୍ରଦୀପ କୁମାର ପ୍ରଧାନ, ପୂର୍ବତନ କାଉନସିଲର ପଦ୍ମଲୋଚନ ଲେଙ୍କା, ସଭ୍ୟ ପ୍ରହଲ୍ଲାଦ ଗୁପ୍ତା, କ୍ରିଷ୍ଣା ସାହା, ସଂଜୟ କର, ନାରାୟଣ ଦତ୍ତ,ହ୍ରୀତିକ୍ ନାୟକ ଶିକ୍ଷୟିତ୍ରୀ ସୁମତୀ ରାଉତ, ନମିତା ମହାପାତ୍ର ଡିଏସଏସ କଳ୍ପଲତା ରଥ, ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ, ଅଫିସ ସହକର୍ମୀ ଭାଗ ନେଇ ବୈଠକକୁ ସଫଳ କରାଇଥିଲେ। ଶିକ୍ଷକ ଅକ୍ଷୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
