ସହରର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା, ୭ ଦିନ ଭିତରେ ମରାମତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ : ମାନସ ଦତ୍ତ
ବାଲେଶ୍ୱର : ଦୀର୍ଘଦିନ ଧରି ଟାଉନ ହଲ ଛକ ଠାରୁ ମଣ୍ଡଳ ବଜାର ଜଗନ୍ନାଥ ମନ୍ଦିର ଛକ ରାସ୍ତା ଭାୟା ସୁଏଲପୁର ଅତି କଦର୍ଯ୍ୟ ହୋଇ ପଡ଼ି ରହିଛି । ବାଲେଶ୍ୱର ପ୍ରଶାସନ ସବୁ ଦେଖି ନଦେଖିଲା ପରି ଶୋଇ ରହିଛି । ଏହି ପରିପ୍ରେକ୍ଷୀରେ ସୁଏଲପୁର, ବାରବାଟୀ, ଦାମଦୋରପୁର ଏବଂ ମାଣିଖମ୍ବର ଗ୍ରାମବାସୀ ଏକଜୁଟ ହୋଇ ସୁଏଲପୁର ଅଧିବାସୀ ତଥା ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତଙ୍କୁ ଡାକି ଉକ୍ତ ବିଷୟରେ ଅବଗତ କରାଇଥିଲେ । ଭାଜପାର ଏକ ପ୍ରତିନିଧି ଦଳ ମଙ୍ଗଳବାର ସକାଳୁ ସେ ରାସ୍ତାକୁ ଦେଖିଲା ପରେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ଯେ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ଉପ ଜିଲାପାଳ ତଥା ପୌରପାଳିକା କାର୍ଯ୍ୟ ନିର୍ବାହ ଅଧିକାରୀଙ୍କୁ ଦିଆଯାଉ । ବିଭିନ୍ନ ଗ୍ରାମର ପାଖାପାଖି ୨୦୦ ଲୋକରୁ ଅଧିକ ଦସ୍ତଖତ ସମ୍ବଳିତ ଦାବୀପତ୍ର ଉପ ଜିଲାପାଳଙ୍କୁ ଦିଆଗଲା ଏବଂ ଅନୁରୋଧ କରାଗଲା ଯେ ଆଗାମୀ ୭ ଦିନ ମଧ୍ୟରେ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ନହୁଏ ତେବେ ସାଧାରଣ ଲୋକ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବ । ଅନ୍ୟମାନଙ୍କ ମଧ୍ୟରେ ସୁଜିତ ଦେବ, ଗୌରାଙ୍ଗ ଦାସ, ରବିନାରାୟଣ ମହାପାତ୍ର, ଲୋକନାଥ ଭୂୟାଁ, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ବିଜୟ ପାଣିଗ୍ରାହୀ, ଅଶୋକ ଦାସ, ସୁଶାନ୍ତ ବର୍ଦ୍ଧନ, ପଦ୍ମଲୋଚନ ବାରିକ, କମଲ ଲୋଚନ ବେହେରା, ଆଶାଲତା ବାଡ଼ି, ଗୌତମ କିଶୋର ଦେ, ପ୍ରଫୁଲ୍ଲ ରାମ, ସନ୍ତୋଷ ଦେ, ନନ୍ଦ ଗୋପାଲ ଆଢ଼୍ୟ, ସନ୍ଦିପ କୁମାର ବାରିକ, ଦେବଦତ୍ତ ପରିଡା ଆଦି ବହୁଲୋକ ଉପସ୍ଥିତ ଥିଲେ ।
