ଭୟଙ୍କର ଟ୍ରେନ୍ ଦୁର୍ଘଟଣା : ୩ ମୃତ
ୱାଶିଂଟନ : ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଓଲଟିଲା ଯାତ୍ରୀବାହୀ ଟ୍ରେନ୍। ଆମେରିକାରେ ଏକ ଯାତ୍ରୀବାହୀ ଟ୍ରେନ୍ ଡିରେଲ୍ ହୋଇ ଓଲଟିଯାଇଛି। ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନା ସହରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ହୋଇଥିବା ନେଇ ସୂଚନା ମିଳିଛି।
ରେଳ ବିଭାଗ ଦେଇଥିବା ସୂଚନା ମୁତାବକ, ଉକ୍ତ ଟ୍ରେନ୍ରେ ପ୍ରାୟ ୧୪୭ଜଣ ଯାତ୍ରୀ ଥିଲେ ଏବଂ ୧୩ ଜଣ କ୍ରୁ ମେମ୍ବର ଥିଲେ। ଶନିବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ‘ଏମ୍ପାୟର ବିଲ୍ଡରକ୍’ ନାମକ ଏହି ଟ୍ରେନ୍ଟି ଶନିବାର ପ୍ରାୟ ଅପରାହ୍ଣ ୪ଟା ବେଳେ ଜାପଲିନ୍ ନିକଟରେ ଡିରେଲ୍ ହୋଇଥିଲା। ଏହାର ପ୍ରାୟ ୫ଟି ବଗି ଓଲଟି ପଡିଥିବା ସୂଚନା ମିଳିଛି। ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ଅନେକ ଲୋକେ ଟ୍ରେନ୍ ଭିତରେ ଫଶି ରହିଥିବା ଜଣାପଡିଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
