ରାଜ୍ୟରେ ଆଉ ୪୪୫ କରୋନା ସଂକ୍ରମିତ ସୁସ୍ଥ
ଭୁୁବନେଶ୍ୱର : ରାଜ୍ୟରେ ବୁଧବାର କରୋନା ସଂକ୍ରମଣରୁ ଆଉ ୪୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୮,୬୭୧ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୨ ଜଣ ଓ କଟକ ଜିଲ୍ଲାରୁ ୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୭, ଯାଜପୁରରୁ ୨୨, ମୟୂରଭଂଜରୁ ୧୮, ପୁରୀରୁ ୧୪, ଢେଙ୍କାନାଳ, ଜଗତସିଂହପୁରରୁ ୧୨-୧୨, ନୟାଗଡ଼ରରୁ ୬, ଭଦ୍ରକରୁ ୫, ରାୟଗଡ଼ାରୁ ୪, ଅନୁଗୁଳ, ଦେବଗଡ଼, ଗଂଜାମ, ସମ୍ବଲପୁରରୁ ୩ ଜଣ ଲେଖାଏଁ , ବରଗଡ଼, କେନ୍ଦ୍ରାପଡ଼ା, ନବରଂଗପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
