୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍
?????????????????????????????????????????????????????????
କୋରାପୁଟ : ଲମତାପୁଟ ପାଡୁଆ ପୋଲିସକୁ ପୁଣି ଏକ ସଫଳତା । ଅତଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ଅଟୋରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି ।
ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓ ନେତୃତ୍ୱରେ ଥାନା ଅଧିକାରୀ ଡ଼ାକବଙ୍ଗଳା ନିକଟରେ ନାକା ବନ୍ଦୀ କରିଥିଲେ । ଅତଣ୍ଡା ଅଞ୍ଚଳରୁ ଆସୁଥିବା ଅଟୋକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ତେବେ ଅନ୍ଧାର ଏବଂ ବର୍ଷାର ସୁଯୋଗ ନେଇ ଗାଡି ଛାଡି ଜଙ୍ଗଲ ଭିତରକୁ ଡ୍ରାଇଭର ଫେରାର୍ ହୋଇଯାଇଥିଲେ ମାଫିଆ । ଗାଡ଼ି ଯାଞ୍ଚ କରିବାରୁ ଅଟୋ ଭିତରୁ ୧ କୁଇଣ୍ଟlଲ ଗଞ୍ଜେଇ ଜବତ ହୋଇଥିଲା । ପୋଲିସ ସୂଚନା ଅନୁଯାଇ ଏହାର ମୁଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି କହିଛି । ଜବତ୍ ଅଟୋର ମାଲିକ ନାଁରେ କେସ ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
