ଭୁୁବନେଶ୍ୱର : ୧୩୮ ପଜିଟିଭ୍ ଓ ୨୦୦ ସୁସ୍ଥ
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ମଙ୍ଗଳବାର ଦିନ ଆଉ ୧୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୯୮ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୨୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଲୋକାଲ ମାମଲା ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାତ୍ରପଡାରୁ ୭ ଜଣ , ବରମୁଣ୍ଡା ଓ ପଟିଆରୁ ୫ ଜଣ ଲେଖାଏଁ , ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ଚକେଇସିଆଣି ଓ କଳିଙ୍ଗବିହାରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୧୭୪ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୬୫୩୫ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୬୦୪ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୧୪ କୁ ବୃଦ୍ଧି ପାଇଛି ।
