ପାଣିରେ ବୁଡି ୩ ବର୍ଷ ଶିଶୁର ମୃତ୍ୟୁ
ଖୋର୍ଦ୍ଧା : ପଥର ଖଣିରେ ବୁଡି ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲା ଟୁକୁନା ମୁଦୁଲିଙ୍କ ପୁଅ ପ୍ରହଲ୍ଲାଦ (୩) । ସୂଚନା ମୁତାବକ ଟୁକୁନା ମୁଦୁଲିଙ୍କ ପତ୍ନୀ ଘର କାମରେ ବ୍ୟସ୍ତ ଥିବା ବେଳେ ନାବାଳକ ଶିଶୁ ଜଣଙ୍କ ଘର ନିକଟରେ ଖେଳୁଥିଲା । ବର୍ଷା ଯୋଗୁଁ ଉକ୍ତ ଖଣିରେ ପାଣି ଭରି ରହିଥିବା ବେଳେ ଅସାବଧାନତା ଯୋଗୁ ଶିଶୁ ଜଣଙ୍କ ସେହି ଭିତରେ ପଡିଯାଇଥିଲା । ଦିର୍ଘ ସମୟ ପରେ ଶିଶୁ ପୁତ୍ରକୁ ମା’ ନପାଇବାରୁ ବହୁତ ଖୋଜା ଖୋଜି କରିଥିଲେ ।ହେଲେ ଦିର୍ଘ ସମୟ ଖୋଜିବା ପରେ ଖଣିରେ ଶିଶୁ ପୁତ୍ର ପାଣିରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ଉଦ୍ଧାର କରିଥିଲେ । ସେଠାରୁ ଶିଶୁକୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ । ହେଲେ ଡାକ୍ତର ପ୍ରହଲ୍ଲାଦକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟାଙ୍ଗୀ ମେଡିକାଲରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି ମାଫିଆମାନେ ଖଣିରୁ ପଥର ନେବା ପରେ ନିୟମ ଅନୁଯାୟୀ ଉକ୍ତ ଖଣିରେ ମାଟି ପକାଇ ପୋତିବା କଥା ମାତ୍ର ମାଫିଆ ମାନେ ଏହାକୁ ମୁକୁଳା କରି ଛାଡିଦେଇଥିଲେ । ଫଳରେ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।
