ମହିଳା ଦିନିକିଆ ମାନ୍ୟତା : ଶୀର୍ଷରେ ଭାରତୀୟ ଅଧିନାୟକ ମିତାଲୀ ରାଜ୍
ନୂଆଦିଲ୍ଲୀ : ମହିଳା କ୍ରିକେଟରଙ୍କ ତାଜା ରାଙ୍କିଂ ଜାରି କରିଛି ଆନ୍ତରାର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) । ଟିମ୍ ଇଣ୍ଡିଆର ଅଧିନାୟକ ମିତାଲୀ ରାଜ୍ ପୁଣି ଥରେ ଦିନିକିଆରେ ଶୀର୍ଷ ମାନ୍ୟତା ପାଇଛନ୍ତି । ପୂର୍ବରୁ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିବା ମିତାଲୀ ସଦ୍ୟ ପ୍ରକାଶିତ ତାଲିକାରେ ଟପ୍ରେ ପହଞ୍ଚିଯାଇଛନ୍ତି । ଏହି ରାଙ୍କିଂରେ ମୋଟ ୩ ଜଣ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି ।
ମିତାଲୀ ରାଜ୍ ଦିନିକିଆ ମାନ୍ୟତାରେ ଶୀର୍ଷରେ ଥିବା ବେଳେ ମହାନ୍ ଖେଳାଳୀ ସ୍ମୃତି ମାନ୍ଧାନା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପୂର୍ବରୁ ଅଷ୍ଟମ ସ୍ଥାନରେ ଥିବା ସ୍ମୃତି ଏବେ ୭ମ ସ୍ଥାନରେ ରହିଛନ୍ତି । ଶୀର୍ଷ ୧୦ ଜଣ ଖେଳାଳିଙ୍କ କଥା କହିବାକୁ ଗଲେ ମିତାଲୀ ରାଜ ୭୬୨ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଲିଜ୍ଲୀ ଲୀ ୭୬୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସିଆସିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଏଲିସା ହିଲୀ, ଟେମୀ ବାଉମେଣ୍ଟ ୪ର୍ଥ ଏବଂ ନ୍ୟୁଜିଲାଣ୍ଡର ଏମୀ ସେଥେଓ୍ବେଟ୍ ରହିଛନ୍ତି । ଦିନିକିଆ ରାଙ୍କିଂର ୭ମ ସ୍ଥାନରେ ରହିଛନ୍ତି ଚୁଲବୁଲୀ କ୍ରିକେଟର ସ୍ମୃତି ମାନ୍ଧାନା । କିଙ୍ଗ୍ସ ବିଜୟଠୁ ଦୂରେଇ ଯାଇଥିଲା। ଶେଷ ଓଭରରେ ଦଳ ୪ ରନ ମଧ୍ୟ କରି ପାରିନଥିଲା। ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୩ ରନ କରି ବିଜୟଠୁ ୨ ରନ ଦୂରରେ ରହିିଗଲା। ସେହିପରି ଦିନିକିଆ ଅଲରାଉଣ୍ଡର ରାଙ୍କିଂ କଥା କହିବାକୁ ଗଲେ ଭାରତୀୟ ବୋଲର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ବ ରାଙ୍କିଂର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି । ସେ କାରବିୟାନ୍ ବୋଲର ଷ୍ଟିଫେନୀ ଟେଲରଙ୍କ ସ୍ଥାନ ନେଇଛନ୍ତି । ଅଲରାଉଣ୍ଡର ତାଲିକାର ଶୀର୍ଷରେ ରହିଛନ୍ତି କଙ୍ଗାରୁ ଦଳର ଷ୍ଟାର ଅଲରାଉଣ୍ଡର ଏଲିସୀ ପେରୀ । ସେହିଭଳି ବୋଲିଂ ତାଲିକାରେ ମଧ୍ୟ ଭାରତୀୟ ମହିଳା ଖେଳାଳିଙ୍କ ଦବଦବା ରହିଛି । ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ଉପରକୁ ଉଠି ୬୯୪ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଜେସ୍ ଜୋନାସେନ୍ ୮୦୮ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି ।
