ଆଫଗାନିସ୍ତାନରେ ଆଇପିଏଲକୁ ବ୍ୟାନ୍ କଲା ତାଲିବାନ
କାବୁଲ : ଆରମ୍ଭ ହୋଇଯାଇଛି ଆଇପିଏଲ୍-୨୦୨୧ ଦ୍ୱିତୀୟ ଫେଜ୍ ମ୍ୟାଚ୍। ଚଳିତ ଥର ୟୁଏଇରେ ଏହି ମ୍ୟାଚ୍ ଖେଳାଯାଇଛି। ସେପଟେ ଟି-୨୦ ମ୍ୟାଚ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବି ଉତ୍ସାହ ବଢ଼ିଛି। ସାରା ବିଶ୍ୱର ଦର୍ଶକ ଏହି ମ୍ୟାଚ୍ର ମଜା ଉଠାଉଛନ୍ତି। ଆଫଗାନିସ୍ତାନବାସୀ କିନ୍ତୁ ଏଥିରୁ ବାଦ୍ ପଡିଛନ୍ତି। ଆଫଗାନବାସୀ ଆଇପିଏଲ୍ ମଜା ନେଇପାରିବେ ନାହିଁ କି ନିଜ ନିଜ ସୁପରଷ୍ଟାର୍ଙ୍କୁ ଖେଳୁଥିବା ଦେଖିପାରିବେ ନାହିଁ। ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍ ବ୍ୟାନ୍ କରିଛି ତାଲିବାନ। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ତାଲିବାନୀ ଶାସନ ଚାଲିଛି। ସେ ଯାହା କହୁଛି ତାହା ହିଁ ହେଉଛି। ଆଫଗାନିସ୍ତାନରେ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ହେବ ନାହିଁ ବୋଲି ଏବେ ତାଲିବାନ ନିଷ୍ପତ୍ତି ନେଇଛି। ସମ୍ଭାବ୍ୟ ‘ଇସ୍ଲାମ-ବିରୋଧୀ ଆଧେୟ’ ଥିବା ଆଶଙ୍କା କରି ଆଫଗାନିସ୍ତାନରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୧’ ଟେଲିକାଷ୍ଟ ଉପରେ ରୋକ ଲଗାଯାଇଛି। ମ୍ୟାଚ୍ ସମୟରେ ଚିୟର ଲିଡରଙ୍କ ନାଚିବା ଏବଂ ଷ୍ଟାଡିଅମ ଭତରେ ମହିଳାଙ୍କ ମୁଣ୍ଡ ଢ଼ାଙ୍କି ନବସିବା ଇସ୍ଲାମ ବିରୋଧୀ। ତେଣୁ ତାଲିବାନରେ ଏଭଳି ଭୁଲ ବାର୍ତ୍ତା ନପହଞ୍ଚୁ ବୋଲି ତାଲିବାନ କହିଛି। ତେଣୁ ଆଫଗାନିସ୍ତାନର ଜାତୀୟ ଟିଭି ଏବଂ ରେଡିଓରେ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ହେବ ନାହିଁ। ଆଫଗାନିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଆଫଗାନିସ୍ତାନର ନୂଆ ତାଲିବାନ ସରକାର ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣକୁ ଉପରେ ରୋକ୍ ଲଗାଇଛି । ତାଲିବାନୀ ହୁକୁମ୍ ଏମିତି ଯେ, ଆଫଗାନିସ୍ତାନର କୌଣସି ଟିଭି ଚ୍ୟାନେଲରେ ଇଣ୍ଡିଆନ୍ ପ୍ରମିୟର ଲିଗ୍ (ଆଇପିଏଲ୍) ପ୍ରସାରିତ ହୋଇପାରିବ ନାହିଁ । ଏ ନେଇ ସେଠାକାର ଟିଭି ଚ୍ୟାନେଲମାନଙ୍କୁ କଡା ନିର୍ଦେଶ ଦେଇଛି ତାଲିବାନ । ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି । ତାଲିବାନ, ଆଇପିଏଲକୁ ଇସଲାମ୍ ବିରୋଧୀ ବୋଲି କହିଛି । ଏଥିପାଇଁ ବିରୋଧ କରୁଛି ଯେ, ଆଇପିଏଲରେ ଚିୟରଗାର୍ଲ ନୃତ୍ୟ ପରିବେଷଣ କରୁଛନ୍ତି ଯାହାକୁକି ତାଲିବାନ ଘୋର ବିରୋଧ କରୁଛି । ତାଲିବାନ ଏହାକୁ ଇସଲାମ ବିରୋଧୀ ବୋଲି ବିବେଚନା କରେ ଏବଂ ଆଫଗାନିସ୍ତାନରେ କୌଣସି ଭୁଲ ବାର୍ତ୍ତା ବିସ୍ତାର କରିବାକୁ ଚାହେଁ ନାହିଁ। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ମିଡିଆ ମ୍ୟାନେଜର ଇବ୍ରାହିମ ମୋମାଣ୍ଡ ଏ ନେଇ ଟ୍ୱିଟକରି କହିଛନ୍ତି । ସେ କହିଛନ୍ତି ଯେ, ‘ଆଫଗାନିସ୍ତାନରେ ଆଇପିଏଲ ଉପରେ ପ୍ରତିବନ୍ଧକ ଲଗାଯାଇଛି କାରଣ ଏଥିରେ ଇସଲାମ ବିରୋଧୀ କାର୍ଯ୍ୟକଳାପ ରହିଛି । ଏଥିରେ ଚିୟରଗାର୍ଲମାନେ ନାଚନ୍ତି ଏବଂ ମହିଳାମାନେ ବୁର୍ଖା ପିନ୍ଧନ୍ତି ନାହିଁ ଯାହାକୁ କି ଇସଲାମ ଗ୍ରହଣ କରେ ନାହିଁ ।’ ଆଇପିଏଲରେ ବର୍ତ୍ତମାନ ଆଫଗାନିସ୍ତାନର ଖେଳାଳୀମାନେ ମଧ୍ୟ ଖେଳୁଛନ୍ତି । ରାସିଦ ଖାନ ଏବଂ ମହମ୍ମଦ ନବୀଙ୍କ ଭଳି ଷ୍ଟାର ଖେଳାଳି ଆଇପିଏଲରେ ଅଂଶଗ୍ରହଣ କରୁଛନ୍ତି । ତାଲିବାନ ଆଫଗାନିସ୍ତାନ ଉପରେ କବ୍ଜା କରିବା ପୂର୍ବରୁ ହିଁ ଉଭୟ ଖେଳାଳି ଦେଶ ବାହାରେ ରହିଛନ୍ତି । ଏବେ ଉଭୟ ସନରାଇଜର୍ସ ହାଇଦରାବାଦ ପକ୍ଷରୁ ଖେଳୁଛନ୍ତି ଏବଂ ୟୁଏଇରେ ଅଛନ୍ତି । ଆଫଗାନିସ୍ତାନରେ ବର୍ତ୍ତମାନ ମହିଳା କ୍ରିକେଟ୍ ଟିମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।
