ଲୋକଙ୍କୁ ଧମକାଇବା ପଡ଼ିଲା ମହାଙ୍ଗା : ଚୋରା ବନ୍ଧୁକ ସହ ବ୍ରାଉନସୁଗାର ବେପାରୀ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରୁ ଜଣେ ବ୍ରାଉନସୁଗାର ବେପାରୀକୁ ପୋଲିସ ଗିରଫ କରିଛି । ସେହିପରି ତା ନିକଟରୁ ଗୋଟିଏ ଚୋରା ବନ୍ଧୁକ ଜବଦ କରିଛି ।
ସୂଚନା ଯେ. ସାର୍ଥା ଗ୍ରାମର ବ୍ରାଉନସୁଗାର ବେପାରୀ ସୁନିଲ ଗୌଡ ରବିବାର ସକାଳେ ଗାଁ ଭିତରେ ପଶି ନିଶା କାରବାରକୁ ବିରୋଧ କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହିତ ଭୟଭୀତ କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସାର୍ଥା ଫାଣ୍ତି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ରାଉନସୁଗାର ବେପାରୀକୁ କାବୁ କରି ଗିରଫ କରିବା ସହିତ ତା ନିକଟରୁ ଗୋଟିଏ ଚୋରା ବନ୍ଧୁକ ଜବଦ କରିଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବାର ଜଣାପଡିଛି ।
