ଟିଏମସିିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ
କଲକାତା : ଶେଷରେ ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ସେ ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କଣ୍ଠଶିଳ୍ପୀରୁ ରାଜନେତା ହୋଇଥିବା ବାବୁଲ ନିକଟରେ ରାଜନୀତିକୁ ‘ଅଲବିଦା’ କହିବା ସହ ମୁଁ ଆଉ କୌଣସି ରାଜନୀତିକ ଦଳକୁ ଯାଉନାହିଁ ବୋଲି କହିଥିଲେ। ବିଦ୍ଧିବଧ୍ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରୋଇନଙ୍କ ଉପସ୍ଥିତିରେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଏନେଇ ଟିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିିଆଯାଇଛି ଯେ, ଆଜି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଦଳର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିଓ ଟିଏମସି ପରିବାରରେ ଯୋଗ ଦେଇଛନ୍ତି।
ସୂଚନା ଯେ, ନିକଟରେ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏହାକୁ ନେଇ ସେ ରାଜନୀତିରୁ ସନ୍ନ୍ୟାସ ନେବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିବାର କହିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବଲିଉଡ ଗାୟକ ବାବୁଲ ସୁପ୍ରିୟୋ। ସେ କହିଥିଲେ ଯେ,ରାଜନୀତି ଛାଡୁଛି କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ। ସମାଜ ସେବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ। ରାଜନୀତିରେ କେବଳ ସମାଜ ସେବା ପାଇଁ ଆସିଥିଲି । କିନ୍ତୁ ଏବେ ରାସ୍ତା ବଦଳେଇବାକୁ ନିଷ୍ପତ୍ତି ନେଇଛି । ଟିଏମସି, କଂଗ୍ରେସ, ସିପିଆଇ କୌଣସି ଦଳରେ ମୁଁ ଯୋଗ ଦେଉ ନାହିଁ । ସେହିପରି ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ । ରାଜନୀତିରୁ ଦୂରେଇ ମଧ୍ୟ ସେ ତାଙ୍କର ଏହି ଉଦ୍ଦେଶ୍ୟ ପୂରା କରିପାରିବେ । ଏହାସହ ସେ ଜୋର୍ ଦେଇ କହିଛନ୍ତି ଯେ ସେ ସବୁବେଳେ ବିଜୋପି ସହ ଅଛନ୍ତି ଏବଂ ରହିବେ ।
