ୟୁଏସ ଓପନ ସିଙ୍ଗଲ୍ସ : ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ ହେଲେ ମେଡଭେଡେଭ୍
ନ୍ୟୁୟର୍କ : ୟୁଏସ ଓପନ ସିଙ୍ଗଲ୍ସ ଫାଇନାଲରେ ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ ହେଲେ ଋଷର ଡାନିଲ୍ ମେଡଭେଡେଭ୍ । ସେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋବାକ ଜୋକୋଭିକଙ୍କୁ ପରାସ୍ତ କରିଛନ୍ତି । ଫଳରେ ଜୋକୋଭିକଙ୍କ ୨୧ ତମ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ୱପ୍ନ ଚୁରମାର ହୋଇଯାଇଛି । ମ୍ୟାଚରେ ବିଜୟୀ ହେବା ପରେ ସେ ପ୍ରଥମେ ଜୋକୋଭିକଙ୍କୁ ଆଲିଙ୍ଗନ କରିଥିଲେ । ଏହାସହ ଜୋକୋଭିକଙ୍କ ଫ୍ୟାନଙ୍କୁ ନିରାଶ କରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଖେଳ ଶେଷରେ ଜୋକୋଭିକ୍ ଟାଓ୍ୱାଲରେ ଲୁହ ପୋଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିଜୟୀ ପରେ ଡାନିଲ୍ କହିଥିଲେ ଯେ, ତାଙ୍କ ସାଥି ଖେଳାଳିମାନେ ଓ୍ୱିମ୍ହଲଡନ ଓପନକୁ ଶ୍ରେଷ୍ଠ ବୋଲି କହିବା ସହ ଜିତିବା ସହଜ ନୁହେଁ ବୋଲି କହିଥିଲେ । ଏହା ଶୁଣି ସେ ଏହାଠୁ ଭଲ ଆଉ କିଛି କଥା ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ । କିନ୍ତୁ ସେଥିରେ ସେ ସ୍ୱପ୍ନ ପୁରା କରିପାରିନଥିଲେ । କିନ୍ତୁ ୟୁଏସ ଓପନ ଜିତିଲା ପରେ ସେ ସ୍ୱତନ୍ତ୍ର ଭାବେ ଖୁସି ମନାଇଥିଲେ ।ଯେତେବେଳେ ସେ କୋର୍ଟରେ ଶୋଇଥିଲେ ତାଙ୍କୁ ସାମାନ୍ୟ ଆଘାତ ହୋଇଥିଲା । କାରଣ ଏଠାରେ ଘାସ କମ୍ ଥିଲା । ଏହି କୋର୍ଟ ହାର୍ଡ ଥିଲା ।
ସୂଚନା ଯେ, ଜୋକୋଭିକ୍ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍ ଓପନ ଓ ଓ୍ୱିମ୍ବଲଡନରେ ଚାମ୍ପିଅନ ହୋଇଥିଲେ । ଯଦି ସେ ୟୁଏସ ଓପନ ଜିତିଥାନ୍ତେ ତେବେ ନିଜ କ୍ୟାରିଅରର ୨୧ ତମ ଗ୍ଲାଣ୍ଡସ୍ଲାମ୍ ଚାମ୍ପିଅନ ହୋଇଥାନ୍ତେ । ଯାହା ଏକ ରେକର୍ଡ ଅଟେ । ୟୁଏସ ଓପନ ଫାଇନାଲରେ ଡାନିଲ୍ ଜୋକୋଭିକଙ୍କୁ ୬-୪, ୬-୪ ଓ ୬-୪ ସେଟରେ ପରାସ୍ତ କରିଥିଲେ । ଏହାସହ ସେ ଜୋକୋଭିକଙ୍କ ସ୍ୱପ୍ନ ମଧ୍ୟ ଭାଙ୍ଗି ଦେଇଥିଲେ । ୨୫ ବର୍ଷୀୟ ଡାନିଲ୍ ୨୦୧୯ରେ ପ୍ରଥମ ଥର ପାଇଁ ୟୁଏସ ଓପନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ରାଫେଲ ନାଡାଲଙ୍କଠୁ ପରାସ୍ତ ହୋଇଥିଲେ । ତେବେ ଜୋକୋଭିକ୍ ୨୦ଥର ଗ୍ରାଣ୍ଡସ୍ଲାମ୍ ଜିତି ରୋଜର ଫେଡେରରଙ୍କ ରେକର୍ଡ ସହ ସମାନ ହୋଇଛନ୍ତି ।
