ଏସ୍ସିବିରେ ଚିକିତ୍ସାଧୀନ ଆଉ ଜଣେ ଇକମୋ ରୋଗୀ ମୃତ
କଟକ : କଟକ ଏସ୍ସିବି ଡାକ୍ତରଖାନାରେ ଚିକିତ୍ସାଧୀନ ଆଉ ଜଣେ ଇକମୋ ରୋଗୀର ମୃତ୍ୟୁ। ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗୀରର ଜଣେ ମହିଳା ଫୁସଫୁସ ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେହି ଦିନଠାରୁ ଏକ୍ମୋ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ସେ ନିଶ୍ୱାସ ତ୍ୟାଗ କରିଥିଲେ।
ସୂଚନା ଯେ, ବର୍ତ୍ତମାନ ଦୁଇଜଣ ରୋଗୀ ଏସସିବି ମେଡିକାଲରେ ଏକ୍ମୋ ଅଧୀନରେ ଚିକିତ୍ସିତ ଅଛନ୍ତି। ଏହାପୂର୍ବରୁ ଶନିବାର ଦିନ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଜଣେ ରୋଗୀ ହସ୍ପିଟାଲରେ ଏକ୍ମୋ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ। କରୋନା ମହାମାରୀ ଦ୍ୱିତିୟ ଲହରୀ ସମୟରେ ରାଜ୍ୟରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ନଥିଲା । ଓଡିଶା ସରକାର ୨୭ ଅଗଷ୍ଟ ୨୦୨୧ ରେ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଏକ ଉତ୍ସର୍ଗୀକୃତ ଏକ୍ମୋ ସୁବିଧା ଆରମ୍ଭ କରିଥିଲେ। ରାଜ୍ୟରେ ଏକ ସମୟରେ ନଅଟି ଏକ୍ମୋ ମେସିନ୍ ସ୍ଥାପନ କରାଯାଇଥିଲା। ଏହି ସୁବିଧା ଗୁରୁତର ଅସୁସ୍ଥ ରୋଗୀଙ୍କୁ ମାଗଣା ଏକ୍ମୋ ଚିକିତ୍ସା ଯୋଗାଇଥାଏ ।
