ଆଠଗଡ ବନଖଣ୍ଡକୁ ଫେରିଲେ ଚନ୍ଦକା ହାତୀ
କଟକ : ଆଠଗଡ଼ ବନଖଣ୍ଡକୁ ପୁଣି ଥରେ ଫେରିଲେ ଚନ୍ଦକା ଜଙ୍ଗଲି ହାତୀପଲ। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆଠଗଡ଼ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଏହି ହାତୀପଲରେ ୧୬ରୁ ଅଧିକ ହାତୀ ଅଛନ୍ତି । ଏହି ହାତୀପଲ ଖୁଣ୍ଟୁଣୀ ରେଞ୍ଜର ବିଭିନ୍ନ ରାସ୍ତା ତଥା ଗାଁର ଆଖପାଖ ସହ ଜାତୀୟ ରାଜପଥ କଡରେ ବୁଲୁଛନ୍ତି । ସେହିପରି ବିଭିନ୍ନ ଗାଁରେ ହାତୀପଲ ପଶିବା ସହ ଫସଲ ନଷ୍ଟ କରୁଛନ୍ତି । ଯେଉଁଥି ପାଇଁ ଏବେ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ହାତୀ ରାସ୍ତା ପାର୍ ସମୟ ରେ ରାସ୍ତା ର ଉଭୟ ପାର୍ଶ୍ୟ ରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଥିଲା। ଆଠଗଡ଼ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲକୁ ଘଉଡାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
ଏହି ସମୟରେ ଚାଷକାର୍ଯ୍ୟ ଚାଲୁଥିବାରୁ ହାତୀପଲ ଫସଲ ନଷ୍ଟ କରୁଛନ୍ତି । ହାତୀଗୁଡିକ ଉପରେ ବନ ବିଭାଗ ନଜର ରଖିଛି ବୋଲି ଖୁଣ୍ଟୁଣୀ ରେଞ୍ଜର ସୂଚନା ଦେଇଛନ୍ତି ।
