ଚିଟଫଣ୍ଡ ମାମଲାରେ ପୂର୍ବତନ ବିଧାୟକ ଏମ୍.ଭି ପ୍ରସାଦ ଗିରଫ
ବିଶାଖାପଟନମ୍ : ଚିଟଫଣ୍ଡ ମାମଲାରେ ପୂର୍ବତନ ବିଧାୟକ ଏମ୍.ଭି ପ୍ରସାଦ ଗିରଫ । ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ । ତାଙ୍କୁ ବିଶାଖାପାଟଣାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ର ଇଓଡ଼ବ୍ଲୁ । ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୋଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍ଭି ପ୍ରସାଦଙ୍କ ଘରେ ରେଡ୍ କରିଥିଲା । ପ୍ରସାଦଙ୍କ ଭାଇଜାଗ୍ ଘରୁ ମଧ୍ୟ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।
୨୦୧୯ ଚିଟ୍ଫଣ୍ଡ ମାମଲାରେ ଗିରଫ ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ୍.ଭି ପ୍ରସାଦ । ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ମଧ୍ୟ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୁଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍ଭି ପ୍ରସାଦଙ୍କ ଘରେ ରେଡ୍ କରିଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏଥିସହ ଘରେ ଚଢ଼ଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା । ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି । ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି ।
