ଜଗନ୍ନାଥ ସାଗରରୁ ନାବାଳିକାର ମୃତଦେହ ଉଦ୍ଧାର
କୋରାପୁଟ : କୋରାପୁଟ ଜିଲା ଜୟପୁର ସ୍ଥିତ ଜଗନ୍ନାଥ ସାଗରରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ସୋମବାର ଜଗନ୍ନାଥ ସାଗରରେ ମୃତଦେହଟି ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ସେମାନେ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ମୃତକ ନାବାଳିକା ଜଣକ ଜୟନଗର ଗୌଡ଼ ସାହିର ଶୀବାନି ସାହିର ଶୀବାନି ନାୟକ (୧୩) ବୋଲି ଜଣାପଡିଛି । ସେ ରବିବାର ସନ୍ଧ୍ୟାରେ ଘରୁ କୁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ପାଇନଥିବାବେଳେ ସୋମବାର ତାଙ୍କର ମୃତଦେହ ଭାସୁଥିବା ନେଇ ଖବର ପାଇଥିଲେ ।
