କୋଭିଡ୍ ନିୟମ ମାନିବା ଆବଶ୍ୟକ, ନଚେତ୍ ୩ୟ ଲହରକୁ ରୋକି ହେବ ନାହିଁ : ଡିଏମ୍ଇଟି
ଭୁବନେଶ୍ୱର : ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ ହୋଇଥିଲା । ଯାହାକି କଲମ୍ବିଆରୁ ଅଧିକ ରିପୋରର୍ଟିଂ ହେଉଛି । କଲମ୍ବିଆରେ ସମୁଦାୟ ସଂକ୍ରମିତରୁ ୩୯ ପ୍ରତିଶତ ଲୋକ ନୂଆ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆଉ ଇକ୍ୱେଡରରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସମଗ୍ର ବିଶ୍ୱରେ ନୂଆ ଭାଇରସର ପ୍ରିଭେଲେନ୍ସ ମାତ୍ର ୦.୧ ପ୍ରତିଶତ ରହିଛି । ଅଗଷ୍ଟ ୩୦ ତାରିଖରେ ହୁ ତାକୁ ଭେରିଆଂଟ ଅଫ ଇଂଟରେଷ୍ଟ ବୋଲି କହିଛି । କିନ୍ତୁ ବର୍ତମାନ ସୁଦ୍ଧା ଭେରିଆଂଟ ଅଫ କନସର୍ନ ବୋଲି କହିନି ହୁ । ତାହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି । ତାହାର ସଂକ୍ରମଣ କ୍ଷମତା ବଢ଼ିପାରେ । ଅଧିକ ଗୁରୁତର କରିପାରେ । କିନ୍ତୁ ବର୍ତମାନ ସୁଦ୍ଧା ତାହା ପ୍ରମାଣିତ ହୋଇନାହିଁ । ହୁ ପରବର୍ତୀ ସ୍ଥିତିକୁ ଆହୁରୀ ଅନୁଧ୍ୟାନ କରିବା ଦରକାର ବୋଲି କହିଛନ୍ତି । ଏନେଇ ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୋଟିଏ ଆଚରଣ ବିଧି ଓ ଆଉ ଗୋଟିଏ ଆଚରଣ ପାଳନ । ତା ଭିତରେ ଥିବା ଦୂରତା ବର୍ତମାନର ସ୍ଥିତି ଦେଖିଲେ ଜଣାପଡୁଛି । ସରକାର ଲୋକଙ୍କ ସୁବିଧା ପାଇଁ କୋହଳ କରିଛନ୍ତି । ଏ ସମୟରେ କଣ ଆଚରଣ ବିଧି ଦରକାର କହିଲେ । କିନ୍ତୁ ରାସ୍ତାଘାଟ ଦେଖିଲେ, ଲୋକ ମାନୁନାହାନ୍ତି । କଟକ ଓ ଭୁବନେଶ୍ୱରରେ ଓଭର କ୍ରାଉଡ଼ିଂ ଅଧିକ ରହୁଛି । ତେଣୁ ଲୋକଙ୍କ ଗହଳି ଅଧିକ ହେଉଛି । ସୋସିଆଲ ଡିସଟାନସିଂ ପ୍ରାକଟିକାଲ ଭାବେ ପାଳନ ହେଉନି । ତେବେ ଲୋକଙ୍କୁ ପରାମର୍ଶ ଯେ ଆଗକୁ ପାର୍ବଣ ୠତୁ ଆସୁଛି । ଅତି ଦରକାର ନଥିଲେ ଯାଆନ୍ତୁ ନାହିଁ । ଯଦି ଲୋକ ମାନିବେ ନାହିଁ । ତେବେ କୋଭିଡ ତୃତୀୟ ଲହରକୁ ରୋକି ହେବ ନାହିଁ
