ଆଳୁ ମଠରୀ
ସାମଗ୍ରୀ :
ଖଟା ଦହି – ୧ କପ୍
୧ କପ ମଇଦା, ୨ ଛୋଟ ଚାମଚ ରାଶି, ଅଧ ଚାମଚ ଜୁଆଣି, ୧ଟି ସିଝା ଆଳୁ, ୨ ବଡ଼ ଚାମଚ ସୁଜି, ୧ ଛୋଟ ଚାମଚ ଚିଲି ଫ୍ଲେକ୍ସ, ସ୍ବାଦାନୁସାରେ ଲୁଣ ଓ ଦରକାର ଅନୁସାରେ ତେଲ।
ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ମଇଦା, ସୁଜି, ରାଶି, ଚିଲି ଫ୍ଲେକ୍ସ, ଜୁଆଣି ଓ ଲୁଣ ପକାନ୍ତୁ। ଏଥିରେ ଦୁଇ ଟେବଲସ୍ପୁନ ଗରମ ତେଲ ବି ପକାନ୍ତୁ। ଆଳୁ ଚକଟି ଏହି ମିଶ୍ରଣରେ ପକାନ୍ତୁ। ଏହାକୁ ଅଟା ଭଳି ନରମ ଭାବେ ଚକଟନ୍ତୁ। ଏବେ ଏହି ମିଶ୍ରଣକୁ ଛୋଟ ଗୁଳା କରି ଚେପଟା କରନ୍ତୁ। ଏହାକୁ କୌଣସି ଧାରୁଆ ଜିନିଷରେ ଛିଦ୍ର କରନ୍ତୁ। କଡ଼େଇରେ ତେଲ ଗରମ କରି ବେଲା ଯାଇଥିବା ପମ୍ପଡ଼କୁ ଉଭୟ ପଟ କ୍ରିସପି ଓ ଗୋଲ୍ଡେନ ବ୍ରାଉନ ହେବା ଯାଏ ଛାଣନ୍ତୁ। ଏବେ ଏହାକୁ ପେପରକୁ ବାହାର କରି ଅତିରିକ୍ତ ତେଲ ବାହାର କରନ୍ତୁ। ଏହାକୁ ଚା’ ସହ ଖାଇବାର ମଜା ନିଅନ୍ତୁ ଓ ବଳକା ଆଳୁ ମଠରୀକୁ ଏୟାର ଟାଇଟ କଣ୍ଟେନରରେ ରଖି ପରେ ବ୍ୟବହାର କରନ୍ତୁ।
ଆମ ରୋଷେଇ ‘ଆଳୁ ମଠରୀ’ କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ
