ଶିଶୁ ସଂକ୍ରମଣକୁ ନେଇ ସଚେତନ ହେଲେ ପଜିଟିଭ୍ ରେଟ୍ କମିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଯେତେବେଳ ସଂକ୍ରମଣ ପିକ୍ ଥିଲା ସେ ସମୟରେ ମୃତ୍ୟୁର ରିପୋର୍ଟ ଠିକ୍ ଭାବରେ ଦିଆଯାଇ ପାରୁନଥିଲା । ଏବେ ପାଖାପାଖି ଅଡିଟ୍ ସାରିଛି । ବର୍ତମାନ ଯାହା ହେଉଛି ସେହି ତଥ୍ୟ ଦିଆଯାଉଛି । ଅଡିଟ୍ ହେଉଛି ଏକ କଂଟିନିୟୁ ପ୍ରୋସେସ । ବର୍ତମାନ ରୋଗୀ ଅଛନ୍ତି, ମୃତ୍ୟୁ ବି ହୋଇପାରେ । ଯାହା ଆଗକୁ ହେବ ତାହା ତଥ୍ୟ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅପରପକ୍ଷରେ ଶିଶୁ ସଂକ୍ରମଣକୁ ନେଇ ଆମେ ସଚେତନ ହେଲେ ଆମର ପଜିଟିଭ ସଂଖ୍ୟା କମିବ । ମହାମାରୀର ଲହର ନୁହେଁ ସର୍ଜ ଥାଏ । ଟିକାକରଣ ସହ ସେରୋ ସର୍ଭେ ଚାଲିଛି ତେଣୁ ଅପେକ୍ଷା କରିବା କଥା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
