ଗୋଟା ଭେଣ୍ତି ମସଲା ଭଜା
ସାମଗ୍ରୀ :
୧. ଆବଶ୍ୟକ ଅନୁସାରେ ଗୋଟା ଭେଣ୍ଡି
୨. ଲୁଣ
୩.୪/୫ ଟା ସିଝା ଆଳୁ
୪. ଲଙ୍କା ଗୁଣ୍ଡ
୫. ପିଆଜ
୬. ଧନିଆ ଗୁଣ୍ଡ
୭. ଜିରା ଗୁଣ୍ଡ
୮. ହଳଦୀ ଗୁଣ୍ଡ
୯. ଗରମ ମସଲା ଗୁଣ୍ଡ
୧୦. ହେଙ୍ଗୁ
୧୧. ବେସନ
୧୨. ଆବଶ୍ୟକ ଅନୁଯାଇ ତେଲ
ପ୍ରଣାଳୀ :
ଏବେ ପ୍ରଥମେ ବେସନ କୁ ବିନା ତେଲ ରେ କଡେଇ ଟିକେ କଲର ଚେଞ୍ଜ ହେବା ଯାଏ ଆଉ କଞ୍ଚା ବାସ୍ନା ଯିବା ଯାଏ ଭାଜି ଦିଅନ୍ତୁ।
ଭେଣ୍ଡି କୁ ପାଣି ରେ ଭଲ ଭାବରେ ଧୋଇଦିଅନ୍ତୁ, ଆଉ ସେଥିରୁ ପାଣି କୁ ଭଲ ଭାବରେ ପୋଛି ଦିଅନ୍ତୁ। ଏବେ ଭେଣ୍ଡିର ଉପର ଆଉ ତଳ ଭାଗକୁ କୁ କାଟି ଦିଅନ୍ତୁ, ଭେଣ୍ଡି କୁ ଗୋଟା ରଖିବେ। ତାପରେ ଭେଣ୍ଡିର ଗୋଟେ ସାଇଡ କୁ ଉପରୁ ତଳକୁ ସିଧା କାଟନ୍ତୁ ଯେମିତି ତଳ ସାଇଡ ଲାଗିକି ରହିବ। ଆଉ ଭେଣ୍ଡି କୁ ଟିକେ ଖୋଲି ଦେବେ। ପିଆଜ କୁ ମଧ୍ୟ୍ୟ ଛୋଟ ଛୋଟ କରି କାଟିଦିଅନ୍ତୁ।
ଏବେ ଏକ ପାତ୍ରରେ ସିଝା ଆଳୁ ରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ, ସେଥିରେ କଟା ପିଆଜ କୁ ପକାନ୍ତୁ। ଆବଶ୍ୟକ ଅନୁଯାଇ ଲଙ୍କା ଗୁଣ୍ଡ ପକାନ୍ତୁ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ ଆଉ ଅଧା ଚାମଚ ହେଙ୍ଗୁ ପକେଇ ତାକୁ ଭଲ ଭାବରେ ଚକଟିଦିଅନ୍ତୁ। ହେଙ୍ଗୁ ପକେଇବା ଦ୍ଵାରା ବହୁତ ଭଲ ଫ୍ଲେବର ଆସିବ।
ଏବେ ସେଥିରେ ଭଜା ବେସନ କୁ ମିଶାନ୍ତୁ। ମସଲା ରେ ବେସନ ଦେବା ଦ୍ଵାରା ଭେଣ୍ଡି ଭିତରୁ କିଛି ମସଲା ବାହାରକୁ ବାହାରିବନି
ବର୍ତ୍ତମାନ ସବୁ ମସଲା କୁ ଭେଣ୍ଡି ଭିତରେ ଭଲ ଭାବରେ ଭରିଦେବା।
ଏବେ କଡେଇରେ ଆବଶ୍ୟକ ଅନୁସାରେ ତେଲ ପକାନ୍ତୁ ଆଉ ତାକୁ ଗରମ କରନ୍ତୁ। ସେଥିରେ କିଛି ସୋରିଷ ପକାନ୍ତୁ ଆଉ ତାକୁ ଫୁଟିବାକୁ ଦିଅନ୍ତୁ।
ବର୍ତ୍ତମାନ କିଛି ଭେଣ୍ଡି କୁ କଡେଇରେ ରେ ପକାନ୍ତୁ ଆଉ ତାକୁ ଘୋଡେଇ ଦିଅନ୍ତୁ। ମଧ୍ୟମ ଆଞ୍ଚ ରେ ତାକୁ ୩ ରୁ ୪ ମିନିଟ ସମୟ ହେବାକୁ ଦିଅନ୍ତୁ।
୩ କି ୪ ମିନିଟ ପରେ ଏବେ ଭେଣ୍ଡି ଓଲଟାଇଦିଅନ୍ତୁ, ଦେଖନ୍ତୁ ଏବେ ଆପଣଙ୍କ ଭେଣ୍ଡି ଟିକେ କ୍ରିପସି ହୋଇ ଗଲାଣି। ପୁଣି ତାକୁ ମଧ୍ୟମ ଆଞ୍ଚ ରେ ତାକୁ ୩ ରୁ ୪ ମିନିଟ ସମୟ ହେବାକୁ ଦିଅନ୍ତୁ।
୩ କି ୪ ମିନିଟ ପରେ ଏବେ ଦେଖନ୍ତୁ ଭେଣ୍ଡି ଦୁଇପଟ ଯାକ କ୍ରିପସି ହେଇଗଲାଣି। ଆପଣଙ୍କ ଗୋଟା ଭେଣ୍ଡି ଭଜା ହେଇଯାଇଛି। ଏବେ ଭେଣ୍ଡି କୁ ବାହାର କରିଦିଅନ୍ତୁ ଆଉ ବାକି ଥିବା ଭେଣ୍ଡି କୁ ସେମିତି ଭାଜି ଦିଅନ୍ତୁ।
ଏବେ ଗୋଟା ଭେଣ୍ଡି ଭଜା ର ମଜା ନିଅନ୍ତୁ। କେମିତି ଲାଗିଲା ଦୟାକରି କମେଣ୍ଟ ରେ ଜଣେଇବେ।
‘ଗୋଟା ଭେଣ୍ତି ମସଲା ଭଜା’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
