ବାଲେଶ୍ୱର : ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ । ଗୁରୁବାର ପୂର୍ବାହ୍ନ ପ୍ରାୟ ୫ଟା ସମୟରେ ବାଲେଶ୍ଵର ଅବକାରୀ ଦାଇତ୍ୱରେ ଥିବା ଡେପୁଟି କମିଶସିନରଙ୍କ ନିର୍ଦ୍ଦେଶରେ ଜଳେଶ୍ୱରରେ ୧୦ ଜଣିଆ ଟିମ ଜାତୀୟ ରାଜପଥ ୬୦ ଚଳନ୍ତି ଛକ ଠାରେ ଏକ ସନ୍ଦେହ ଜଣକ ଭେନକୁ ଅଟକାଇ ଥିଲେ। ସେ ଗାଡ଼ିଟିକୁ ଯାଞ୍ଚ କରିବାରୁ ୧୫୦ ଗ୍ରାମର ଧଳା ଜହର ସହିତ ଜଣେ ମହିଳା ଓ ଗାଡି ର ଡ୍ରାଇଭରକୁ ଗିରଫ କରି ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି।ଜବତ ଧଳା ଜହର ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଉକ୍ତ ଗାଡିଟି ଯାଜପୁର ଅଞ୍ଚଳର । ଏହାସହ ବ୍ରାଉନସୁଗାର ଚାଲାଣ ହେଉଥିବା ମିନି ଭ୍ୟାନକୁ ମଧ୍ୟ ଜବତ କରାଯାଇଛି ।
ସୂଚନା ଯେ, ବାଲେଶ୍ୱର ଜିଲା ଜଳେ ଲକ୍ଷର ସହର ହେଉଛି ଧଳା ଜହର ର ପେଣ୍ଠ ସ୍ଥଳୀ । ଅବକାରୀ ବିଭାଗ ଓ ପୋଲିସ ବାରମ୍ବାର ଚଢ଼ାଉ କରିବାରୁ ସେମାନଙ୍କୁ ଚକ୍ଷ୍ମା ଦେବା ପାଇଁ ଧଳା ଜହର ବେପାରୀ ମାନେ ମହିଳା ମାନଙ୍କୁ ମୋହରା ବନାଇ କାରବାର କରୁଛନ୍ତି।

Balasore ku nisa mukta karantu Moro police prasasana committee ku onurodh Arad bazar gate pakhore Dino rati KN sabu seem sethi loko jiba ku daruchanti sethi sabu bele hand ware houchi