ବ୍ରେଡ୍ ହାଲୁଆ
ସାମଗ୍ରୀ :
ବ୍ରେଡ୍ ସ୍ଲାଇସ୍ – ୫ଟି
କ୍ଷୀର- ୩୦୦ ମି.ଲି
ଚିନି – ୧/୩ କପ୍ (୫୦ ରୁ ୬୦ ଗ୍ରାମ)
ଘିଅ – ୨ ରୁ ୩ ଚାମଚ
କାଜୁ – ୧୦ ରୁ ୧୨ଟି
ବାଦାମ – ୧୦ ରୁ ୧୨ଟି
ଅଳେଇଚ – ୪ଟି
ପ୍ରଣାଳୀ :
ବ୍ରେଡର ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। କଡେଇରେ ୨ ଚାମଚ ଘିଅ ପକାଇ ଗରମ କରନ୍ତୁ। ଘିଅ ମିଳେଇଗଳା ପରେ ସେଥିରେ କାଟି ରଖିଥିବା ବ୍ରେଡକୁ ପକାଇ ଦିଅନ୍ତୁ। ଏହାକୁ ଚାମଚରେ ଚଲାଇ ମିଡିୟମ ଏବଂ ଧୀମା ଆଞ୍ଚରେ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
ଭାଜି ହୋଇଥିବା ବ୍ରେଡକୁ କ୍ଷୀର ଏବଂ ଚିନିରେ ପକାନ୍ତୁ। ବ୍ରେଡ୍ ନରମ ହେବା ପର୍ଯ୍ୟନ୍ତ ଏହାକୁ ଛାଡନ୍ତୁ। ଏହାରି ଭିତରେ ଆପଣ କାଜୁ ଏବଂ ବାଦାମକୁ ପତଳା ପତଳା କରି କାଟି ଦିଅନ୍ତୁ। ମଝିରେ ମଝିରେ ବ୍ରେଡକୁ ଚାମଚରେ ଦବାନ୍ତୁ।
ଏହାପରେ ଏଥିରେ ଅଳ୍ପ ଘିଅ ପକାଇ ୧ ରୁ ୨ ମିନିଟ୍ ଆଉଥରେ ରାନ୍ଧନ୍ତୁ। ଅଳ୍ପ କାଜୁ ଏବଂ ବାଦାମକୁ ରଖିଥିବେ। ଯାହାକୁ ଆପଣ ହାଲଓ୍ଵା ପ୍ରସ୍ତୁତ ହୋଇସାରିବା ପରେ ଇଲାଇଚି ପାଉଡର ସହ ସଜାଇ ସର୍ଭ କରିପାରିବେ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବ୍ରେଡ୍ ହାଲଓ୍ଵା।
‘ବ୍ରେଡ୍ ହାଲୁଆ’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
