ବାଲେଶ୍ୱର : ବିଜୁ ମହିଳା ଜନତା ଦଳ ପକ୍ଷରୁ ଫଳ ଚାରା ବଣ୍ଟନ
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମୁକୁଳିସି ପଞ୍ଚାୟତର ଚନ୍ଦନ ପଡ଼ିଆ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ଫଳଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ବସ୍ତା ବ୍ଲକ ଚେୟାରମ୍ୟାନ ଲକ୍ଷ୍ମୀଧର ଦାସ, ବିଜୁ ମହିଳା ଜନତା ଦଳ ବସ୍ତା ବ୍ଲକ ସଭାପତି ଲିପିକା ରାଉଳ, ମୁକୁଳିସି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ରଞ୍ଜନ କୁମାର ଧଳ, ବିଜୁ ଯୁବ ଜନତା ବ୍ଲକ ସଭାପତି ଦାମୋଦର ପ୍ରଧାନ, ବ୍ଲକ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ରଞ୍ଜନ ଦଳାଇ, ବ୍ଲକ ଯୁବ ଜନତା ଆଇଟି କୋଅର୍ଡିନେଟର ବିଷ୍ଣୁପଦ ପତି, ପଞ୍ଚାୟତ ମହିଳା ସଭାପତି ସରୋଜିନୀ ପ୍ରଧାନ ପ୍ରମୁଖ ଯୋଗଦାନ କରି ଦୁଇଶହ ପରିବାରକୁ ଫଳ ଚାରା ବଣ୍ଟନ କରିଥିଲେ ।
ସମଗ୍ର ବିଶ୍ୱ ଆଜି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି, ଅମ୍ଳଜାନ ଅଭାବରୁ ବିଗତ ବର୍ଷରୁ ଆଜି ପର୍ଯ୍ୟନ୍ତ ମହାମାରୀ ପାଇଁ ଆମେ ହରାଇଛୁ ହଜାର ହଜାର ଜୀବନ । ପରିବେଶ ସନ୍ତୁଳନ ତଥା ପ୍ରାକୃତିକ ଅମ୍ଳଜାନ ପାଇଁ ବୃକ୍ଷ ରୋପଣ ହିଁ ଶ୍ରେଷ୍ଠ ପ୍ରାକୃତିକ ଉପାୟ । ବୃକ୍ଷ ଲଗାଇବା ସହ ବୃକ୍ଷ ବିକାଶକୁ ଆମେ ସମସ୍ତେ ଜୀବନର ବ୍ରତ ଭାବରେ ଗ୍ରହଣ କରିବା ଉଚିତ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତମ ପରିଚାଳନା ପଦ୍ଧତି ଯୋଗୁଁ କରୋନା ମହାମାରୀ ମୁକାବିଲାରେ ଓଡ଼ିଶା ହୋଇପାରିଛି ଅଗ୍ରଣୀ ରାଜ୍ୟ ଏବଂ ଆମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ତାଙ୍କରି ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ବିଜୁ ମହିଳା ଜନତା ଦଳ ପକ୍ଷରୁ ଜାରି ରହିଛି ବୃକ୍ଷ ରୋପଣ ଏବଂ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଫଳରେ ପରିବେଶ ସୁରକ୍ଷା ସହିତ ମାନବ ସମାଜକୁ ଭବିଷ୍ୟତରେ ଅମ୍ଳଜାନ ବିପର୍ଯ୍ୟୟ ଜନିତ ଆପଦରୁ ରକ୍ଷା କରିବା ସମ୍ଭବ ହେବ ବୋଲି ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ନିଜ ବକ୍ତବ୍ୟ ରଖିଥିଲେ ।
