ବାଲେଶ୍ୱର : ରେଳଫାଟକ ପାଇଁ ଅଧଘଣ୍ଟା ଅଟକିଲା ଆମ୍ବୁଲାନ୍ସ
ବାଲେଶ୍ୱର : ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପସା ରେଳ ଜଙ୍କସନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଏହାର ଉତ୍ତରକେବିନ ରେଳଫାଟକ ଦୈନିକ ଦୀର୍ଘ ସମୟ ଧରି ପଡିରହୁଥିବାରୁ ଯାତାୟାତରେ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ମଙ୍ଗଳବାର ୧୧ଟା ୩୦ ମିନିଟ୍ ସମୟରେ ଏକ ଆମ୍ବୁଲାନ୍ସ ରୋଗୀ ନେଇ ମେଡିକାଲ ଯାଉଥିବା ସମୟରେ ଫାଟକ ପଡ଼ି ରହିବା ଯୋଗୁଁ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିଥିଲା । ବରମ୍ବାର ସାଇରନ ବଜାଇଥିଲେ ମଧ୍ୟ ଜରୁରୀ ପରିସ୍ଥିତିରେ ରେଳଫାଟକ ଉଠାଇବା ଦିଗରେ ଷ୍ଟେସନ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ । ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଗଣମାଧ୍ୟମ ପ୍ରତିନିଧି ହସ୍ତକ୍ଷେପ କରି ଷ୍ଟେସନ ମ୍ୟାନେଜରଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଫାଟକ ଉଠାଯାଇଥିଲା । ଆମ୍ବୁଲାନ୍ସଟି ରୋଗୀ ନେଇ ବିଳମ୍ବରେ ମେଡିକାଲ ପହଞ୍ôଚ ଥିଲା । ଏହି ଫାଟକ ଦେଇ ଯାଇଥିବା ରାସ୍ତାଟି ମୟୁରଭଞ୍ଜର ବୈଶିଙ୍ଗାରୁ ୬୦ ନମ୍ବର ଜାତୀୟ ରାଜପଥର ରୂପସା ବସ୍ଷ୍ଟାଣ୍ଡକୁ ଯୋଗ କରୁଥିବା ବେଳେ ରୂପସା ମୁଖ୍ୟ ଚିକିତ୍ସାଳୟ, ପଶୁ ଡାକ୍ତରଖାନା ଓ ସ୍କୁଲ, କଲେଜ, ଝୋଟକଳ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ରହିଛି । ଜନସାଧାରଣଙ୍କ ଦାବି ମୁତାବକ ପ୍ରଶାସନ ପକ୍ଷରୁ ଏଠାରେ ଫ୍ଲାଇ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କରାଯାଇଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ଏଯାବତ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନାହିଁ । ବେଳେବେଳେ ଅପ ଓ ଡାଉନ ଲାଇନରେ ୪ଟି ଟ୍ରେନ ଅତିକ୍ରମ କରିବା ପରେ ଫାଟକ ଉଠିବା ଯୋଗୁଁ ଲୋକେ ଆମ୍ବୁଲାନ୍ସ ସେବା, ଦମକଳ ସେବା ପ୍ରଭୃତିରୁ ବଞ୍ôଚତ ହୋଇଥାନ୍ତି ।

Hmm rupsa level crossing re gote fly over bridge darkar au gote achi balasore Arad bazar L.C. b fly over then under route Kara jau