ପଶ୍ଚିମବଙ୍ଗରେ ଉପ ନିର୍ବାଚନ ଘୋଷଣା କରନ୍ତୁ ଇସି : ମମତା ବାନାର୍ଜୀ
କଲିକତା : ବର୍ତମାନ ରାଜ୍ୟରେ କରୋନା ଅବସ୍ଥା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ଉପ ନିର୍ବାଚନ ଘୋଷଣା କରିବାକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଲୋକମାନଙ୍କର ଭୋଟ୍ ଦେବାର ଏବଂ ବିଧାନସଭାକୁ ନିର୍ବାଚିତ ହେବାର ଅଧିକାର ରହିଛି ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ କୋଭିଡ଼-୧୯ର ଅବସ୍ଥା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଲୋକମାନଙ୍କର ଭୋଟ ଦେବାର ଅଧିକାର ରହିଛି । ନିର୍ବାଚନ ଆୟୋଗ ଉପ ନିର୍ବାଚନ ଘୋଷଣା କରିବା ଉଚିତ କାରଣ ଆମ ଲୋକ ମାନଙ୍କର ଗଣାତାନ୍ତ୍ରିକ ଅଧିକାରକୁ ହ୍ରାସ କରିବା ଉଚିତ ନୁହେଁ ।
