ଜୁନାଗଡ-ଅମ୍ବାଗୁଡା ରେଳ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ରେଳମନ୍ତ୍ରୀ
କଳାହାଣ୍ଡି : ଦୁଇ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳ ଓ ଯୋଗାଯୋଗ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ କୋକସରା ବ୍ଲକ ଆମପାଣି ଠାରେ କଳାହାଣ୍ଡି ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଆମପାଣି ବୁଢ଼ାରଜା ମନ୍ଦିର ଦର୍ଶନ କରିବା ପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଛନ୍ତି ରେଳମନ୍ତ୍ରୀ । ପରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ କୃତଜ୍ଞତା ଦେବା ସହ ପ୍ରଧାନମନ୍ତ୍ରୀଙ୍କ ‘ସବ୍ କା ସାଥ୍ ସବ୍କା ବିକାଶ’ ମନ୍ତ୍ରରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।
ଏହା ସହିତ କଳାହାଣ୍ଡି ରେ ଏକ ରେଳ କାରଖାନା କରିବାକୁ କଳାହାଣ୍ଡି ସାଂସଦ ପ୍ରସ୍ତାବ ରଖି ଆସିଛନ୍ତି ଓ ପ୍ରସ୍ତାବିତ ଜୁନାଗଡ ଠାରୁ ଆମ୍ବାଗୁଡା ରେଳ ଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସେ କେନ୍ଦ୍ର ରେଳ ବଜେଟରେ ପ୍ରସ୍ତାବ ରଖିବା ସହ କଳାହାଣ୍ଡିରେ ରେଳ ପ୍ରକଳ୍ପର ବିକାଶ ପାଇଁ ଆଗାମୀ ଦିନରେ ଚେଷ୍ଟା ଜାରିରହିବ ବୋଲି କହିଛନ୍ତି । ପରେ ରେଳମନ୍ତ୍ରୀ କୋକସରା ବ୍ଲକ ବସଷ୍ଟାଣ୍ଡ ନିକଟରେ ଜନ ଆଶୀର୍ବାଦ ଯାତ୍ରାର ଉଦ୍ଦେଶ୍ୟ ବିଷୟରେ ସାଧାରଣ ଜନତାଙ୍କୁ ମତ ରଖିଥିଲେ । କୋକସରା ଠାରେ ରେଲୱେ ଆକ୍ସନ କମିଟି ପକ୍ଷରୁ ଜୁନାଗଡରୁ ଆମ୍ବାଗୁଡା ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବିପତ୍ର ଦେଇଛନ୍ତି । କୋକସରା ଓବିସି ଫୋରମ ପକ୍ଷରୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଓବିସି ଫୋରମ ର କର୍ମକର୍ତ୍ତା ମାନେ ଦାବିପତ୍ର ଦେଇଛନ୍ତି । ସାଂସଦ କଳାହାଣ୍ଡି ବସନ୍ତ କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ବଦ୍ରି ନାରାୟଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁଧୀର ରଂଜନ ପାଟ୍ଟଯୋଶୀ, କଳାହାଣ୍ଡି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, କୃଷକ ମୋର୍ଚ୍ଚା ଉପ ସଭାପତି ଦୁର୍ଗା ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ ।
